ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ ପଡ଼ିଲେ ପାଣ୍ଡ୍ୟା, ବିଶ୍ୱ କପ୍‌ ଖେଳିବେ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ ପଡ଼ିଲେ ପାଣ୍ଡ୍ୟା, ବିଶ୍ୱ କପ୍‌ ଖେଳିବେ ତ?

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପୂର୍ବରୁ ଘରୋଇ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ସବୁଠାରୁ ସଫଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାକ୍‌ ଇଞ୍ଜୁରୀ କାରଣରୁ ପୂରା ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ବିଶ୍ୱକପ୍‌ ଖେଳିବେ କି ନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାଣ୍ଡ୍ୟା ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ ହେଁ ଟି-୨୦ରେ କୌଣସି ନୂଆ ଖେଳାଳିଙ୍କ ନାଁ ଘୋଷଣା କରାଯାଇ ନାହିଁ। କିନ୍ତୁ ଦିନିକିଆ ସ୍କ୍ୱାଡରେ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି।

ଏହାପୂର୍ବରୁ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମ୍ୟାଚ ବେଳେ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଦୀର୍ଘ ଦିନ ବିଶ୍ରାମ ନେବାକୁ ପଡ଼ିଥିଲା। ଫଳରେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ ଖେଳିବାକୁ ସୁଯୋଗ ମିଳି ନଥିଲା।

ସେହିପରି ଏକ ଟିଭି ଶୋ’ରେ କେତେକ ଆପତ୍ତିଜନକ ମନ୍ତବ୍ୟ ପାଇଁ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଆ ସିରିଜ୍‌ ଅଧାରୁ ସ୍ୱଦେଶ ଫେରିବାକୁ ପଡ଼ିଥିଲା। ଏବେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ହେଲେ ବ୍ୟାକ୍‌ ଇଞ୍ଜୁରୀ ଯୋଗୁ ସେ ଆଜି ବାଦ୍‌ ପଡ଼ିଛନ୍ତି।



from Odisha Reporter https://ift.tt/2XbUhdr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages