
ନୂଆଦିଲ୍ଲୀ: ଟିମ୍ ଇଣ୍ତିଆର ସୀମିତ ଓଭର ଟିମର ଉପ ଅଧିନାୟକ ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରେ ଦଳର ବ୍ୟାଟିଂ ଭାର ସମ୍ଭାଳିବେ। ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଟି-୨୦ରେ ଏକ ବିଶ୍ୱ ରେକର୍ଡ କରିବାକୁ ରୋହିତଙ୍କ ପାଖରେ ନିଶ୍ଚିତ ସୁଯୋଗ ରହିବ।
ରୋହିତ ଏବେ ଟି-୨୦ ସର୍ବାଧିକ ଛକା ମାରିବା ରେକର୍ଡ ଠାରୁ ମାତ୍ର ଦୁଇ ପାଦ ପଛରେ ରହିଛନ୍ତି। ସେ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ୨ଟି ଛକା ମାରୁଛନ୍ତି, ତା’ହେଲେ ବିଶ୍ୱର ସର୍ବାଧିକ ଛକା ମାରିବା ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ରୋହିତ ଏଯାଏ ଟି-୨୦ରେ ୧୦୨ଟି ଛକା ମାରିଛନ୍ତି। ତେବେ ଏଭଳି ଛକା ମାରିବା ତାଲିକାରେ ରୋହିତଙ୍କ ଆଗରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ରହିଛନ୍ତି।
ଉଭୟ ଟି-୨୦ରେ ୧୦୩ଟି ଲେଖାଏ ଛକା ମାରିଛନ୍ତି। ରୋହିତ, ଗପ୍ଟିଲ ଓ ଗେଲ୍ ବିଶ୍ୱର ୩ ଜଣ ବ୍ୟାଟସ୍ମ୍ୟାନ୍ ଯିଏ ଟି-୨୦ରେ ୧୦୦ରୁ ଅଧିକ ଛକା ମାରିପାରିଛନ୍ତି। ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରେ ଅନ୍ୟତମ ଭାରତୀୟ ଭାବେ ଯୁବରାଜ ସିଂହ(୭୪) ରହିଛନ୍ତି।
from Odisha Reporter https://ift.tt/2tyAhUM
No comments:
Post a Comment