ଶୁକ୍ରବାର ଦ୍ୱିତୀୟ ଟି-୨୦, ଟିମ୍‌ ଇଣ୍ଡିଆ ପାଇଁ ‘କର ବା ମର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଶୁକ୍ରବାର ଦ୍ୱିତୀୟ ଟି-୨୦, ଟିମ୍‌ ଇଣ୍ଡିଆ ପାଇଁ ‘କର ବା ମର’

ଅକଲ୍ୟାଣ୍ଡ: ପ୍ରଥମ ଟି-୨୦ରେ ଘରୋଇ ନ୍ୟୁଜିଲ୍ୟାଣ୍ଡଠାରୁ ଶୋଚନୀୟ ଭାବେ ପରାଜୟବରଣ କରିଥିବା ଟିମ୍‌ ଇଣ୍ଡିଆ ଉପରେ ସିରିଜ୍‌ ହାରିବାର ଭୟ ଘାରିଛି। ୩ଟିକିଆ ସିରିଜ୍‌ରେ ୧-୦ରେ ପଛରେ ଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ପାଇଁ ଅକଲ୍ୟାଣ୍ଡର ଇଡେନ୍‌ ପାର୍କ ମଇଦାନକୁ ଓହ୍ଲାଇବ। ଭାରତୀୟ ସମୟ ସକାଳ ୧୧.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

ଭାରତକ ଆସନ୍ତାକାଲି ଯେମିତି ହେଲେ ମ୍ୟାଚ୍‌ ଜିତି ସିରିଜ୍‌କୁ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିବ। ସେହିପରି ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲିର ମ୍ୟାଚ୍‌ ଜିତି ନେଲେ ଘରୋଇ ମାଟିରେ ଭାରତକୁ ପରାସ୍ତ କରିବାର ରେକର୍ଡ ନିଜ ନାଁରେ ବଜାୟ ରଖିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଆଜି ଯାଏ ଗୋଟିଏ ହେଲେ ଟି-୨୦ ମ୍ୟାଚ୍‌ ଜିତି ନଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଇତିହାସ ବଦଳାଇବାକୁ ଚେଷ୍ଟା କରିବ।

ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ,ବୋଲିଂ ଓ ଫିଲ୍ଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳ ୮ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହେଁ ମାତ୍ର ୧୩୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେଣୁ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟିମ୍‌ ଇଣ୍ଡିଆ ଏକାଧିକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।

ଗତଥର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନ ବିଫଳ ହୋଇଥିଲେ। ୩ ନଂରେ ଆସିଥିବା ବିଜୟ ଶଙ୍କର ୧୮ ବଲ୍‌ରେ ୨୭ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ରିଷଭ ପନ୍ତ (୪ ରନ) ଓ ଦୀନେଶ କାର୍ତ୍ତିକ (୫) ସଂପୂର୍ଣ୍ଣ ଭାବେ ଫେଲ ମାରିଥିଲେ। ତେଣୁ ସମ୍ଭବତଃ ଆସନ୍ତାକାଲି ମ୍ୟାଚ୍‌ରେ ପନ୍ତ ଓ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ସେମାନଙ୍କ ବଦଳରେ କେଦାର ଯାଦବ କିମ୍ବା ଶୁଭମନ ଗିଲଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ସୁଯୋଗ ଦେବାକୁ ଚିନ୍ତା କରିପାରେ। ନଚେତ୍‌ ବ୍ୟାଟିଂ ଲାଇନ୍‌ ଅପ୍‌ରେ ଆଉ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ।

ବୋଲିଂରେ ଉଭୟ ଭୁବନେଶ୍ୱର କୁମାର ଓ ଖଲୀଲ ଅହମ୍ମଦ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଅଭିଜ୍ଞତା ଦୃଷ୍ଟିରୁ ଭୁବନେଶ୍ୱର କୁମାର ଆସନ୍ତାକାଲିର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳିବେ। ତେଣୁ ଖଲୀଲ ଅହମ୍ମଦଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଆସନ୍ତାକାଲି ସୁଯୋଗ ମିଳିପାରେ। ସ୍ପିନର ୟୁଜଭେନ୍ଦର ଚହଲ ପୁଣିଥରେ ସୁଯୋଗ ପାଇବେ। କୁଲଦୀପ ଆସନ୍ତାକାଲି ଅକଲ୍ୟାଣ୍ଡରେ ଖେଳୁଛନ୍ତି କି ନାହିଁ ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଭାରତୀୟ ବୋଲର ଆସନ୍ତାକାଲିର ମ୍ୟାଚ୍‌ରେ ଓପନର ଟମ ସେଇଫର୍ଟଙ୍କୁ ଯଥାଶୀଘ୍ର ଆଉଟ୍‌ କରିବାକୁ ଚେଷ୍ଟା କରିବ। ନହେଲେ ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ସେଇଫର୍ଯ ମ୍ୟାଚ୍‌ ଭାରତ ହାତରୁ ଛଡ଼ାଇ ନେବେ। ଏହାବାଦ୍‌ କେନ୍‌ ୱିଲିମସନ୍‌ ଓ କଲିନ୍‌ ମନୋର ମଧ୍ୟ ଗତ ମ୍ୟାଚ୍‌ର ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ମଧ୍ୟ କ୍ରମରେ ରସ୍‌ ଟେଲର ରହିଛନ୍ତି। ତେଣୁ ଭାରତକୁ ମ୍ୟାଚ୍‌ ଜିତିବାକୁ ହେଲେ ଆସନ୍ତାକାଲି କଠିନ ପରିଶ୍ରମ କରିବାକୁ ପଡ଼ିବ।
ଘରୋଇ ନ୍ୟୁଜିଲ୍ୟାଣ୍ଡ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ।



from Odisha Reporter http://bit.ly/2DbV30w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages