
ନୂଆଦିଲ୍ଲୀ:ଚୀନ୍ର ସ୍ମାର୍ଟଫୋନ୍ ନିର୍ମାତା ଶାଉମି ଭାରତରେ ପ୍ରଥମ ଥର Sport Shoe ଲଞ୍ଚ କରିଛି। ତେବେ ଏହା କୌଣସି ସ୍ମାର୍ଟ ଶୁ’ ନୁହେଁ। ଅର୍ଥାତ ଏହି ଜୋତା ଆପଣଙ୍କ ପାଇଁ ଫିଟନେସ୍ ଟ୍ରାକ୍ର ଭଳି କାମ କରିବ ନାହିଁ। କିନ୍ତୁ ଚୀନ୍ରେ ଏହି ସ୍ମାର୍ଟ ଶୁ’ ଉପଲବ୍ଧ। ଯଦି ଆପଣ ଚାହାନ୍ତି ତେବେ ଚୀନ୍ରୁ ଏହି ସ୍ମାର୍ଟ ଶୁ’ ମଗାଇପାରିବେ। Xiaomi ଭାରତରେ Mi Sport Shoes 2 ଲଞ୍ଚ କରିଛି। ଯାହାର ଦାମ୍ ହେଉଛି ୨,୯୯୯ ଟଙ୍କା।
ଆସନ୍ତା ୧୫ ମାର୍ଚ୍ଚରୁ ଏହି ଜୋତା ବ୍ରିକ୍ରି ହେବ। ତେବେ ଚୀନ୍ରେ ବିକ୍ରି ହେଉଥିବା ସ୍ମାର୍ଟ ଶୁ ହେଉଛି Xiaomi Mi Mijia । ଏଥିରେ ଫିଟନେସ୍ ଟ୍ରାକର ଲାଗିଛି। ଅର୍ଥାତ ଏଥିରେ ଚିପ୍ ଓ ବ୍ୟାଟେରୀ ସିଷ୍ଟମ ରହିଛି। ଯାହା ଆପଣଙ୍କୁ ଚାଲିବା ବେଳେ ସବୁ ପ୍ରକାର ଆରାମ ଯୋଗାବାରେ ସହାୟକ ହେବ।
from Odisha Reporter http://bit.ly/2SdG68A
No comments:
Post a Comment