ବିଧାୟକ ଓ ପୁଲିସ ଉପସ୍ଥିତିରେ ଆନ୍ଦୋଳନକାରୀ ଚାଷୀଙ୍କୁ ପିଟିଲେ ବିଜୁ ଯୁବ ବାହିନୀ ସଦସ୍ୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ବିଧାୟକ ଓ ପୁଲିସ ଉପସ୍ଥିତିରେ ଆନ୍ଦୋଳନକାରୀ ଚାଷୀଙ୍କୁ ପିଟିଲେ ବିଜୁ ଯୁବ ବାହିନୀ ସଦସ୍ୟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାର କହୁଛନ୍ତି, ଯୁବ ନେତୃତ୍ୱ ସୃଷ୍ଟି ଉଦ୍ଦେଶ୍ୟରେ ‘ବିଜୁ ଯୁବ ବାହିନୀ’ ତିଆରି କରିଛନ୍ତି। କିନ୍ତୁ ବାସ୍ତବରେ କଥା କିଛି ଅଲଗା। ଏମାନଙ୍କୁ ‘ଗୁଣ୍ଡା ବାହିନୀ’ ଭାବେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି। ଏହାର ଏକ ସଦ୍ୟ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିବା ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଯାଜପୁରରେ ବିଜୁ ଯୁବବାହିନୀ ସଦସ୍ୟ ପିଟିଥିବା ବେଳେ ଖୋର୍ଦ୍ଧାରେ ସେମାନଙ୍କୁ ପୁଲିସ ପିଟିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ କ୍ରୋଧ ଓ ଉଦ୍‌ବେଗ ପ୍ରକାଶ ପାଇଛି।

ଯାଜପୁର ଜିଲ୍ଲାର ବରି ବିଧାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ଜାଣିପାରି ଅଲିଆବାଦଠାରେ “ଚାଷୀଙ୍କୁ ରାଜଧାନୀ ମନା, ନେତାଙ୍କୁ ଗାଁ ମନା” ଡାକରା ଦେଇ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ଏହି ସମୟରେ ବିଜୁ ଯୁବ ବାହିନୀର ସଦସ୍ୟମାନେ ଚାଷୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ନବ ନିର୍ମାଣ କୃଷକ ସଙ୍ଗଠନ ବ୍ଲକ ସଂଯୋଜକ ମାଧବ ଶାନ୍ତିଙ୍କ ମୁଣ୍ଡରେ ପଥର ବାଜି ମୁଣ୍ଡ ଫାଟି ଯାଇଥିଲା।

ବିଧାୟକ ଓ ପୁଲିସ ଉପସ୍ଥିତିରେ ଏପରି ଘଟଣା ଘଟୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଥିଲେ। ବିଜୁ ଯୁବ ବାହିନୀର ଏପରି କାର୍ଯ୍ୟକୁ କେହି ଜଣେ ହେଲେ ପ୍ରତିବାଦ କରି ନ ଥିଲେ। ପରେ ସଙ୍ଗଠନ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ମାତ୍ର ପୁଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ପାଖରେ ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ପୁଲିସ ସେମାନଙ୍କୁ ଉଠାଇ ନେବା ସହିତ ମାଡ଼ ମାରିଥିଲା। ଫଳରେ ଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଓ ସାଇପ୍ରସାଦ ପଲେଇ ଆହତ ହୋଇଥିଲେ।

ବିଜୁ ଯୁବ ବାହିନୀ ଓ ପୁଲିସର ଏପରି କାର୍ଯ୍ୟକୁ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ନିନ୍ଦା କରିଛନ୍ତି।

ସେ କହିଛନ୍ତି-“ଗୋଟିଏ ଗଣତାନ୍ତ୍ରିକ ଦେଶରେ ମତବ୍ୟକ୍ତ କରିବା ସମସ୍ତଙ୍କର ବାକ୍‌ ସ୍ୱାଧୀନତା ରହିଛି। ମାତ୍ର ଓଡ଼ିଶାରେ ଧାରା ୧୯ର କୌଣସି ଅସ୍ତିତ୍ୱ ନାହିଁ। ପୁଲିସ ଆନ୍ଦୋଳନ ଦମନ ପାଇଁ କେବଳ ମିଥ୍ୟା ମୋକଦ୍ଦମା କରି ଗିରଫ କରୁଛି। ଏପରିକି ଆନ୍ଦୋଳନକାରୀଙ୍କୁ ପୁଲିସ ଓ ବିଜୁ ଯୁବ ବାହିନୀ ମାଡ଼ ମାରୁଛନ୍ତି।”



from Odisha Reporter https://ift.tt/2XmPo10

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages