ମନ୍ତ୍ରୀଙ୍କ ଘର ଆଗରେ ବସିଲେ ଶତାଧିକ କିନ୍ନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ମନ୍ତ୍ରୀଙ୍କ ଘର ଆଗରେ ବସିଲେ ଶତାଧିକ କିନ୍ନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଟ୍ରାନ୍ସଜେଣ୍ଡର ୱେଲ୍‌ଫେୟାର ବୋର୍ଡ’ ଗଠନ ଓ ବିଭିନ୍ନ କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଦାବିରେ ଶତାଧିକ କିନ୍ନର ଆଜି ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଛନ୍ତି। କିନ୍ନରଙ୍କ ଏହି ଧାରଣାକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସମର୍ଥନ ଜଣାଇଛନ୍ତି।

କିନ୍ନରଙ୍କ ପାଇଁ ‘ଟ୍ରାନ୍ସଜେଣ୍ଡର ୱେଲ୍‌ଫେୟାର ବୋର୍ଡ’ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ‘ଟ୍ରାନ୍ସଜେଣ୍ଡର ୱେଲ୍‌ଫେୟାର ବୋର୍ଡ’ ଗଠନ ହୋଇପାରି ନାହିଁ। ଯାହାଫଳରେ କିନ୍ନରମାନେ ନାନା ହଇରାଣରେ ପଡ଼ୁଛନ୍ତି ଏବଂ ନିଜର ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କିନ୍ନରମାନଙ୍କ ପକ୍ଷରୁ କୁହାଯାଇଛି।

ଟ୍ରାନ୍ସଜେଣ୍ଡର ୱେଲ୍‌ଫେୟାର ବୋର୍ଡ ଗଠନ ଓ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଦାବିରେ ଆଜି ଶତାଧିକ କିନ୍ନର ରାଜ୍ୟର ବରିଷ୍ଠମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଧାରଣାରେ ବସିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି କିନ୍ନର ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।



from Odisha Reporter https://ift.tt/2Sx21mw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages