୧୨ ଘଣ୍ଟାର ଗୁଳି ବିନିମୟ ପରେ ମାସୁଦର ଘନିଷ୍ଠ କମାଣ୍ଡର କମ୍ରାନ୍‌ ସଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

୧୨ ଘଣ୍ଟାର ଗୁଳି ବିନିମୟ ପରେ ମାସୁଦର ଘନିଷ୍ଠ କମାଣ୍ଡର କମ୍ରାନ୍‌ ସଫା

ନୂଆଦିଲ୍ଲୀ/ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦର ଟପ୍‌ କମାଣ୍ଡର କମ୍ରାନ୍‌ ଓରଫ ଗାଜି ରଶିଦ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ପୁଲୱାମା ହମ୍‌ଲା ସ୍ଥଳରୁ ୧୦ କିମି ଦୂର ପିଙ୍ଗଲାନାରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ କମରାନ ସହ ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଏହି ଏନ୍‌କାଉଣ୍ଟର ପରେ ହିଁ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି।

କମ୍ରାନ୍‌ ହେଉଛି ଜୈଶର ଟପ୍‌ ଲିଡର୍ ଓ ସଂଗଠନର ପ୍ରତିଷ୍ଠାତା ମାସୁଦ ଆଝାରର ଖାସ୍‌ ଲୋକ। ସେହିପରି ଅନ୍ୟତମ ନିହତ ଆତଙ୍କବାଦୀ ହିଲାଲ ଅହମ୍ମଦ ହେଉଛି କମ୍ରାନ୍‌ର ଘନିଷ୍ଠ ସହଯୋଗୀ।

କମ୍ରାନ୍‌ ହେଉଛି ପାକିସ୍ତାନ ନାଗରିକ। ସେ ଜୈଶର ଅପରେସନାଲ କମାଣ୍ଡର। ସେ କଶ୍ମୀର ଉପତ୍ୟକାରେ ଯୁବକମାନଙ୍କୁ ମୌଳବାଦୀ ଆଦର୍ଶର ବଶବର୍ତ୍ତୀ କରିବା, ସେମାନଙ୍କୁ ଯୁଦ୍ଧାସ୍ତ୍ର ସହ ଆକ୍ରମଣ ପାଇଁ ଟ୍ରେନିଂ ଦେବା ଓ ସଂଗଠନରେ ସାମିଲ କରିବାର ଦାୟିତ୍ୱ ନେଇଥିଲା। ତାକୁ ଗୋଟିଏ ବର୍ଷ ଧରି ସୁରକ୍ଷାକର୍ମୀ ଠାବ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସର୍ବଦା ସଂକ୍ଷିପ୍ତ ରହଣି ପରେ ଗୋଟିଏ ଗାଁରୁ ଗାଁକୁ ଯାଉଥିବାରୁ ତାକୁ ଠାବ କରିବା ସହଜ ହେଉନଥିଲା। ସେ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦର ରାସ୍ତା ଆପଣାଇବାକୁ ପ୍ରବର୍ତ୍ତାଉ ଥିଲା।

କମ୍ରାନର ଇସାରାରେ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ହିଁ ଗୁରୁବାର ସିଆରପିଏଫ୍‌ କନଭୟ ଉପରେ ଆକ୍ରମଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ହମ୍‌ଲା ପାଇଁ କମ୍ରାନ୍‌ ହିଁ ସବୁ ପ୍ରକାରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଆରଡିଏକ୍ସ ସହ କେଉଁ ସମୟରେ ଆକ୍ରମଣ କରାଯିବ, ତା’ର ମଧ୍ୟ ସମସ୍ତ ପ୍ରକାରର ଯୋଜନା କମ୍ରାନ୍‌ ହିଁ କରିଥିଲା। ସେ ୨୦୧୮ରେ ୩ ଜଣ ଅନ୍ୟ ପାକ୍ ଆତଙ୍କବାଦୀଙ୍କ ସହ ଭାରତରେ ଅନୁପ୍ରବେଶ କରିଥିବା କୁହାଯାଉଛି। ଗୁରୁବାର ଠାରୁ ହିଁ ସୁରକ୍ଷାକର୍ମୀମାନେ କମ୍ରାନ୍‌କୁ ଖୋଜୁଥିଲେ।

ଗତକାଲି କମ୍ରାନ୍‌ ଓ ତା’ର ସହଯୋଗୀ ପିଙ୍ଗଲାନର ଏକ କୋଠାଘରେ ଲୁଚିଥିବା ଜଣାପଡ଼ିବା ପରେ ୫୫ ରାଷ୍ଟ୍ରୀୟ ରାଇଫଲ, ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବେ ମଧ୍ୟରାତ୍ରରୁ ‘ଅପରେଶନ କମ୍ରାନ୍‌’ ଆରମ୍ଭ ହୋଇଥିଲା। ଏହି ୧୨ ଘଣ୍ଟାର ଏନ୍‌କାଉଣ୍ଟରରେ ୪ ଜଣ ଯବାନ ସହିଦ ହୋଇଥିଲେ। ତେବେ ସୁରକ୍ଷାକର୍ମୀ କମ୍ରାନ୍‌ ଲୁଚିଥିବା ଘରକୁ ଉଡ଼ାଇ ଦେବା ପରେ ତା’ର ଓ ତା’ର ସହଯୋଗୀର ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2SdR2ys

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages