
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାର ପ୍ରତି ପୂର୍ବତନ ଟିମ୍ ଇଣ୍ତିଆ କ୍ରିକେଟର ବୀରେନ୍ଦ୍ର ସେହୱାଗ ସହଯୋଗର ହାତ ବଢ଼ାଇଛନ୍ତି। ପୁଲୱାମାରେ ସହିଦ ୪୦ ଜଣ ଯବାନଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ସେହୱାଗ ଭରଣା କରିବେ ବୋଲି ଘୋଷଣା କରିଛନ୍ତି। ଟ୍ୱିଟର ଜରିଆରେ ସେହୱାଗ ଏ ସମ୍ପର୍କରେ ଘୋଷଣା କରିବା ସହ ସହିଦ ଯବାନଙ୍କ ପିଲାମାନଙ୍କୁ ସହଯୋଗ କରିବାର ସୁଯୋଗ ମିଳିଲେ ଏହା ମୋ ପାଇଁ ସମ୍ମାନର ବିଷୟ ହେବ ବୋଲି କହିଛନ୍ତି।
ସେହୱାଗ କହିଛନ୍ତି, “ଆମେ ଯବାନଙ୍କ ପାଇଁ ଯେତେ ଯାହା କଲେ ବି ଯଥେଷ୍ଟ ହେବନାହିଁ। କିନ୍ତୁ ଅତିକମ୍ରେ ମୁଁ ଯଦି ସହିଦ ଯବାନଙ୍କ ପିଲାମାନଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିପାରିବି, ତା’ହେଲେ ନିଜକୁ ଧନ୍ୟ ମନେ କରିବି। ଏହି ପିଲାମାନଙ୍କୁ ମୋ ସେହୱାଗ ଇଣ୍ଟରନ୍ୟାଶନାଲ ସ୍କୁଲରେ ମାଗଣା ପାଠପଢ଼ାଇ ପାରିଲେ ଏହା ମୋର ସୌଭାଗ୍ୟ ବୋଲି ମନେ କରିବି।”
ଗୁରୁବାର ସିଆରପିଏଫ୍ର କନଭୟ ଉପରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ସମଗ୍ର ଦେଶରେ ଏହାକୁ ନେଇ ପ୍ରତିଶୋଧର ନିଆଁ ଜଳୁଛି। ଯବାନଙ୍କ ବଳିଦାନ ଯେମିତି ବୃଥା ନ ଯାଏ ସେଥିପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହେଉଛି।
from Odisha Reporter http://bit.ly/2V2t9vo
No comments:
Post a Comment