ଆଜି ଦେଖିବେ ‘ତୁଷାର ଜହ୍ନ’, ମିସ୍‌ କଲେ ୨୦୨୬କୁ ଅପେକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଆଜି ଦେଖିବେ ‘ତୁଷାର ଜହ୍ନ’, ମିସ୍‌ କଲେ ୨୦୨୬କୁ ଅପେକ୍ଷା

ନୂଆଦିଲ୍ଲୀ: ଆଜି ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଯାହାକୁ ‘ସ୍ନୋ ମୁନ୍’ ବା ତୁଷାର ଜହ୍ନ ବୋଲି କୁହାଯାଉଛି। ଅନ୍ୟ ଦିନଠାରୁ ଏହି ଜହ୍ନ ଅଧିକ ଉଜ୍ଜ୍ୱଳ ଓ ଆକୃତିରେ ବଡ଼ ଦେଖାଯିବ। ଆଜି ରାତିରେ ଏହି ବିରଳ ଦୃଶ୍ୟକୁ ଆପଣମାନେ ଦେଖିପାରିବେ। ତେବେ ବୈଜ୍ଞାନିକଙ୍କ ମତରେ ଯଦି ଆପଣ ଆଜି ଏହି ଦୃଶ୍ୟକୁ ମିସ୍‌ କରୁଛନ୍ତି ତେବେ ଆପଣଙ୍କୁ ୨୦୨୬କୁ ଅପେକ୍ଷା କରିବାକୁ ପଡ଼ିବ। ଯେହେତୁ ଆଜି ଚନ୍ଦ୍ର ପୃଥିବୀ ଆଡ଼କୁ ଢଳିବ ତେଣୁ ଆଜି ପୂର୍ଣ୍ଣ ଏବଂ ବୃହତ ଆକାରର ଚନ୍ଦ୍ରକୁ ଦେଖିପାରିବେ। ନଚେତ ଆପଣଙ୍କୁ ଏହି ଦୃଶ୍ୟ ଦେଖିବା ପାଇଁ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ଆଜିର ଜହ୍ନ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ। ବର୍ଷର ଏହି ସମୟରେ ଚନ୍ଦ୍ର ପୃଷ୍ଠରେ ଅଧିକ ମାତ୍ରାରେ ତୁଷାରପାତ ହେଉଥିବାରୁ ଆଜି ଚନ୍ଦ୍ର ଏମିତି ରୂପ ଧାରଣ କରି ଆମକୁ ଦେଖାଦେବ।

ଆଜି ଭାରତୀୟ ସମୟ ରାତି ୯ଟା ୩୦ ସୁଦ୍ଧା ଚନ୍ଦ୍ର ବୃହତ ଆକାରରେ ଦୃଶ୍ୟମାନ ହେବ। ତଥାପି ଦିଲ୍ଲୀରେ ସନ୍ଧ୍ୟା ୬ଟା , ମୁମ୍ବାଇରେ ୬ଟା ୩୦ କୋଲକାତାରେ ୫ଟା ୨୦ରେ ଭଲ ଭାବେ ଏହି ଦୃଶ୍ୟ ଦେଖିହେବ ବୋଲି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଗତ ବର୍ଷ ଜୁଲାଇ ମାସରେ ଶତାବ୍ଦୀର ବିରଳ ‘ବ୍ଲଡ୍‌ ମୁନ୍‌’ ଦୃଶ୍ୟମାନ ହୋଇଥିଲା। ଏହା ଏକ ଘଣ୍ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ଦେଖାଯାଇଥିଲା।



from Odisha Reporter http://bit.ly/2ScmHjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages