ଡ. ବୈଦ୍ୟନାଥ ମିଶ୍ର, ଡ. ତ୍ରିଲୋଚନ ପ୍ରଧାନ ଓ ପ୍ରଫେସର ଏମ୍‌. କ୍ୟୁ. ଖାନ୍‌ଙ୍କୁ ‘ରେଭେନ୍ସା ରତ୍ନ’ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଡ. ବୈଦ୍ୟନାଥ ମିଶ୍ର, ଡ. ତ୍ରିଲୋଚନ ପ୍ରଧାନ ଓ ପ୍ରଫେସର ଏମ୍‌. କ୍ୟୁ. ଖାନ୍‌ଙ୍କୁ ‘ରେଭେନ୍ସା ରତ୍ନ’ ସମ୍ମାନ

ratna2

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ‘ଫାଇଟ୍‌ ଫର୍‌ ଦି ଫାଉଣ୍ଡର  ଅଫ୍‌ ରେଭେନ୍ସା  ଇନ୍‌ଷ୍ଟିଚ୍ୟୁସନ୍‌’ ପକ୍ଷରୁ  ତୃତୀୟ  ବାର୍ଷିକ ‘ରେଭେନ୍ସା ରତ୍ନ’ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଥିଲା।  ଆବାହକ ପ୍ରକାଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ରାଜ୍ୟ ସଭା ସାଂସଦ  ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ  ଭାବେ ରେଭେନ୍ସା  ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ଈଶାନ୍ କୁମାର ପାତ୍ର,  ମୁଖ୍ୟବକ୍ତା ଅତିରିକ୍ତ  ଡିଜିପି ଡ. ସୁଧାଂଶୁ ଷଡ଼ଙ୍ଗୀ,  ସମ୍ମାନିତ ଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟର ସିସିଡି ପ୍ରଫେସର ସଙ୍ଗୀତା ରଥ, କୁଳସଚିବ  ଅଶୋକ କୁମାର ଦାସ, ରେଭେନ୍ସା କନିଷ୍ଠ ମହା ବିଦ୍ୟାଳୟର  ଅଧକ୍ଷା ଡ. ମଞ୍ଜୁଳା ଗୁରୁ ଏବଂ ରେଭେନ୍ସା କଲିଜିଏଟ୍‌ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଡ. ଅନୁସ୍ମିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ  ପ୍ରଫେସର ଏମ୍‌.କ୍ୟୁ. ଖାନ୍‌, ପଦ୍ମଭୂଷଣ ପ୍ରଫେସର ଡ.ତ୍ରିଲୋଚନ ପ୍ରଧାନ ଏବଂ ପ୍ରଫେସର ଡ. ବୈଦ୍ୟନାଥ ମିଶ୍ରଙ୍କୁ ‘ରେଭେନ୍ସା ରତ୍ନ’ ସମ୍ମାନ ପ୍ରଦାନ କରାଯାଇଛି।  ଏଥିସହ ପ୍ରଫେସର ଡା. ଜେ.ପି. ଦାସ ଏବଂ ଡା. ଚିତ୍ତ ରଞ୍ଜନ ମିଶ୍ରଙ୍କୁ ‘ରେଭେନ୍ସା ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି।  ସେହିପରି ଯୁବ ଉଦ୍ୟୋଗୀ ଦେବେନ୍‌ ରାୟ, ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା ଏବଂ ଆର୍‌.ବି. ଇଣ୍ଡିଆ ସର୍ଭିସେସ୍‌ (ପ୍ରା) ଲି.ର ଅଧ୍ୟକ୍ଷ ଦିବ୍ୟ ସିଂହ ରାୟଙ୍କୁ ‘ରେଭେନ୍ସା ଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଛି।  ଏହି ଅବସରରେ ରେଭେନ୍ସା ବିଦ୍ୟାଳୟ ତଥା ମହାବିଦ୍ୟାଲୟର ଛାଚ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ସଂଗଠନ ତରଫରୁ ରେଭେନ୍ସା କଲିଜିଏଟ୍‌ ସ୍କୁଲ୍‌ର ଶିକ୍ଷକ ବି ନାରାୟଣ ପଣ୍ଡା ଓ ରେଭେନ୍ସା ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ  ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗଠନର ଅଧ୍ୟକ୍ଷ ସନ୍ତୋଷ ମହାରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଜଗନ୍ନାଥ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ।  ଶେଷରେ ସଙ୍ଗଠନ ପକ୍ଷରୁ ତ୍ରିଲୋଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଅଧ୍ୟାପକ ଦେବୀଲାଲ୍‌ ମିଶ୍ରଙ୍କ ନିର୍ଦ୍ଦେଶନାରେ ରେଭେନ୍ସାର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଟକ ‘ଭଲ ମଣିଷ’ ପରିବେଷଣ କରାଯାଇଥିଲା।

 

 

 



from Odisha Reporter http://bit.ly/2XewbOS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages