ଇମ୍ରାନ୍‌ ଖାନଙ୍କ ପ୍ରତିଆକ୍ରମଣ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଇମ୍ରାନ୍‌ ଖାନଙ୍କ ପ୍ରତିଆକ୍ରମଣ ଧମକ

ଇସଲାମାବାଦ୍‌:ଫେବୃଆରୀ ୧୪ରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ହୃଦୟଥରା ଆତ୍ମଘାତୀ ଆକ୍ରମଣର ୪ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ଏହି ଆକ୍ରମଣ ଚଳିତ ଦଶନ୍ଧିର ସବୁଠାରୁ ବଡ଼ ଆକ୍ରମଣ ହୋଇଥିବାବେଳେ ପଡ଼ୋଶୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସବୁଠାରୁ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ୍। ଚୀନ୍‌ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସର ସମର୍ଥନ ପରେ ଇମ୍ରାନଙ୍କୁ ମୁହଁ ଖୋଲିବାର ସାହସ ମିଳିଥିବା ସ୍ପଷ୍ଟ ହୋଇଯାଇଛି।

ଆକ୍ରମଣ ଦିନ ହିଁ ବିଶ୍ୱର ସମସ୍ତ ପ୍ରମୁଖ ରାଷ୍ଟ୍ର ଏହି ଘଟଣାକୁ ନିନ୍ଦା କରିଥିବାବେଳେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହାର ଗୋଟିଏ ଦିନ ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଉ ଏହାକୁ ନେଇ ଅନ୍ତର୍ଜାତୀୟ ରାଷ୍ଟ୍ରମାନେ ତମ୍ବି ତୋଫାନ କରିବା ପରେ ଇମ୍ରାନ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ସେ ଏହି ଆକ୍ରମଣରେ ପାକିସ୍ତାନର ଭୂମିକାକୁ ଅସ୍ୱୀକାର କରିବା ସହିତ ଏହାକୁ ପ୍ରମାଣ କରିବା ପାଇଁ ଭାରତ ପାଖରେ ସେପରି କିଛି ଠୋସ୍‌ ପ୍ରମାଣ ନାହିଁ ବୋଲି କହିଛନ୍ତି।

ଇମ୍ରାନ୍‌ କହିଛନ୍ତି, “ଆପଣ(ଭାରତ) ପାକିସ୍ତାନ ସରକାରଙ୍କୁ ବିନା ପ୍ରମାଣରେ ଦୋଷ ଦେଇ ଆସୁଛନ୍ତି। ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି, ଆମେ କାର୍ଯ୍ୟାନୁଷ୍ଠାନ ନେବୁ।” ସେ ଆହୁରି ମଧ୍ୟ କହିଛନ୍ତି, ଆମ ମାଟିରୁ କେହି ହିଂସାକାଣ୍ଡ ଘଟାନ୍ତିନି ବୋଲି ଆମେ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛୁ। ମୁଁ ଭାରତ ସରକାରଙ୍କୁ କହିବାକୁ ଚାହେଁ, ଆମେ କାର୍ଯ୍ୟାନୁଷ୍ଠାନ ସେତେବେଳେ ନେବୁ ଯେତେବେଳେ କେହି ବି ପାକିସ୍ତାନୀଙ୍କ ବିରୋଧରେ ପ୍ରମାଣ ପାଇବୁ।

ସେ ନିଜ ଦେଶ ପାଇଁ ସଫେଇ ଦେବାକୁ ଯାଇ କହିଛନ୍ତି, ଏଥିରୁ ପାକିସ୍ତାନକୁ କ’ଣ ଫାଇଦା? ଆମେ ଯେତେବେଳେ ସ୍ଥିରତା ଦିଗରେ ଆଗେଇ ଚାଲିଛୁ, ଏଭଳି କାମ କାହିଁକି କରିବୁ? ଏହା ନୂଆ ପାକିସ୍ତାନ ଏବଂ ଆମେ ନୂଆ ମାନସିକତାରେ ବଞ୍ଚୁଛୁ।

ଭାରତ ସହିତ ଆଲୋଚନା ବାବଦରେ ସେ କହିଥିଲେ, “ଯଦି ଆପଣ ଭାବୁଛନ୍ତି ଆମ ଉପରେ ଆକ୍ରମଣ କରିବେ, ଆମେ ବି ପ୍ରତିଆକ୍ରମଣ କରିବୁ। ଆମେ ମଧ୍ୟ ଜାଣିଛୁ ଯୁଦ୍ଧ ଆରମ୍ଭ କରିବା ମଣିଷ ହାତରେ ରହିଛି, କିନ୍ତୁ କେଉଁଠି ସରିବ ତାହା କେବଳ ଭଗବାନ ଜାଣନ୍ତି। ଏହି ପ୍ରସଙ୍ଗର ସମାଧାନ ଆଲୋଚନା ଜରିଆରେ ହେବା ଆବଶ୍ୟକ।”

ସୂଚନାଯୋଗ୍ୟ, ପୁଲ୍‌ୱାମା ଆକ୍ରମଣରେ ଭାରତର ୪୦ ଜଣ ବୀର ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ କୂଟନୀତିକ ସ୍ତରରେ ପାକିସ୍ତାନକୁ ଘେରିବାକୁ ଆରମ୍ଭ କରିଥିଲା। ଆମେରିକା ପାକିସ୍ତାନକୁ ଚେତାବନୀ ଦେଇ ସାରିଥିବାବେଳେ ଅନ୍ୟ ସମସ୍ତ ପ୍ରମୁଖ ରାଷ୍ଟ୍ର ମଧ୍ୟ ପାକିସ୍ତାନ ଆତଙ୍କୀଙ୍କ ସ୍ୱର୍ଗ ପାଲଟିଥିବା କହିଆସୁଛନ୍ତି।



from Odisha Reporter http://bit.ly/2SMphSq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages