ଏୟାର ଇଣ୍ଡିଆ ଅପହରଣ ଧମକ ପରେ ହାଇ ଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଏୟାର ଇଣ୍ଡିଆ ଅପହରଣ ଧମକ ପରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତୀୟ ବିମାନ ଅପହରଣ କରି ପାକିସ୍ତାନ ନିଆଯିବ ବୋଲି ଧମକ ଆସିବାରେ ବିମାନ କମ୍ପାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟ ହୋଇଛି। କୌଣସି ଅଘଟଣ ଘଟିବା ଆଗରୁ ବିମାନ ସଂସ୍ଥା ଏବଂ ସୁରକ୍ଷା ବାହିନୀ ସତର୍କ ରହିବାକୁ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ପୂର୍ବରୁ କାନ୍ଦାହାର ଘଟଣା ଏବେବି ମନରୁ ଲିଭିନଥିବାବେଳେ ପୁଲ୍‌ୱାମା ଆକ୍ରମଣ ପରେ ଏଭଳି ଧମକକୁ ଗମ୍ଭୀରତାର ସହିତ ନେଇଛନ୍ତି ସରକାର।

ଏହି ଧମକ ପରେ ବିମାନ ବନ୍ଦରର ସୁରକ୍ଷା ବଢ଼ାଇଦିଆଯାଇଛି ଏବଂ ବୋର୍ଡିଂ ପୂର୍ବରୁ କାର୍‌ ପାର୍କିଂସ୍ଥଳକୁ ଯାଉଥିବା ପ୍ରତ୍ୟେକ ଗାଡ଼ି ଏବଂ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି।

ଶନିବାର ଏୟାର ଇଣ୍ଡିଆର ମୁମ୍ବାଇସ୍ଥିତ ଅପରେସନ୍‌ କଣ୍ଟ୍ରୋଲ ସେଣ୍ଟରକୁ ଟେଲିଫୋନ୍‌ରେ ଧମକ ଆସିଥିଲା ଯେ, ଭାରତୀୟ ବିମାନ ଅପହରଣ କରାଯାଇ ପାକିସ୍ତାନ ନିଆଯିବ। ଏହି ଧମକ ଆସିବା ପରେ ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ୍‌ ସିକ୍ୟୁରିଟି (ବିଏସିଏସ୍‌) ସମସ୍ତ ବିମାନ ବନ୍ଦର ଓ ବିମାନ କର୍ତ୍ତୃପକ୍ଷ କ’ଣ କ’ଣ ପଦକ୍ଷେପ ନେବେ ସେଥିନେଇ ତାଲିକା ଆସିଛି।

ଟର୍ମିନାଲ ଏବଂ ଅପରେସନାଲ ଅଞ୍ଚଳରେ ସୁରକ୍ଷା ଅତି କଡ଼ାକଡ଼ି କରାଯିବ ଏବଂ ସମସ୍ତ ଗାଡ଼ିକୁ ଟିକିନିଖି ଯାଞ୍ଚ କରାଯିବ। ବିମାନବନ୍ଦରର ପ୍ରବେଶ ସ୍ଥାନରେ ଯାତ୍ରୀ, କର୍ମଚାରୀ, ବ୍ୟାଗ୍‌, କାର୍ଗୋ ଏବଂ କ୍ୟାଟରିଂ ଆଦି ମଧ୍ୟ ଯାଞ୍ଚ କରାଯିବ। କ୍ୱିକ୍‌ ରିଆକ୍‌ସନ୍‌ ଟିମ୍‌ ନିୟୋଜିତ କରାଯିବା ସହିତ ପ୍ରାଥମିକ ସ୍ତରର ସୁରକ୍ଷା ମଧ୍ୟ କଡ଼ାକଡ଼ି ହେବ।

ଯଦିଓ ଏହା ପ୍ରାଙ୍କ୍‌ ବା ମିଛ ଧମକ ହୋଇଥାଇପାରେ, ସୁରକ୍ଷା ସଂସ୍ଥା ଏସବୁକୁ ହାଲୁକାରେ ନିଅନ୍ତି ନାହିଁ ଏବଂ କୌଣସି ପ୍ରକାର ସୁଯୋଗ ଦିଆଯିବନି। ପୁଲ୍‌ୱାମା ଆକ୍ରମଣ ପରଠାରୁ ହିଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରିଦେଇଥିଲା। ଏବେକାର ଧମକ ସୁରକ୍ଷାବଳୟକୁ ଆହୁରି ବଢ଼ାଇଦେଇଛି।

ବିସିଏଏସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟ୍‌ରେ ଏୟାର ପୋର୍ଟ ସିକ୍ୟୁରିଟି ୟୁନିଟ୍‌, ଆଭିଏସନ୍‌ ସିକ୍ୟୁରିଟି ଗ୍ରୁପ୍‌ ଏବଂ ସମସ୍ତ ବିମାନ କର୍ତ୍ତୃପକ୍ଷଙ୍କ ପାଇଁ ୮ଟି ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2EqDr32

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages