ପାକ୍‌ ବିରୋଧରେ ଅଜୟ ନେଲେ ବଡ଼ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପାକ୍‌ ବିରୋଧରେ ଅଜୟ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଗୋଟିଏ ପରେ ଗୋଟିଏ କଡ଼ା ନିଷ୍ପତ୍ତି ନେଇ ଚାଲିଛି । ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ପାକିସ୍ତାନୀ କଳାକାରଙ୍କର ବହିଷ୍କାର କରିଦେଇଛି। ତେବେ ଏଥିମଧ୍ୟରେ ବଲିଉଡ ଅଭିନେତା ଅଜୟ ଦେବଗନ୍‌ ତାଙ୍କ ଅପକମିଂ ଫିଲ୍ମ ‘ଟୋଟଲ୍‌ ଧମାଲ’ ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ବୋଲି ଘୋଷଣା କରିଦେଇଛନ୍ତି। ଅଜୟ ଦେବଗନ୍‌ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି।

ଅଜୟ ଦେବଗନ୍‌ ଏହି ଫଇସଲା ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ନେଇଛନ୍ତି। ସେ ଲେଖିଛନ୍ତି, ‘ବର୍ତ୍ତମାନର ସ୍ଥିତିକୁ ଦେଖି ‘ଟୋଟାଲ୍ ଧମାଲ୍‌’ର ପୂରା ଟିମ୍‌ ନିଷ୍ପତ୍ତି ନେଇଛି ଯେ, ଫିଲ୍ମକୁ ପାକିସ୍ତାନରେ ରିଲିଜ୍ କରାଯିବ ନାହିଁ।

ଫିଲ୍ମର ଆଉଜଣେ ଅଭିନେତା ରିତେଶ୍ ଦେଶମୁଖ ମଧ୍ୟ ଫିଲ୍ମ ପାକିସ୍ତାନରେ ରିଲିଜ୍‌ ହେବନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଅଜୟଙ୍କର ଏହି ନିଷ୍ପତ୍ତିକୁ ସୋଶାଲ ମିଡିଆରେ ସମର୍ଥନ ମଧ୍ୟ ମିଳୁଛି।

୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରି ପୁଲୱାମା ଆକ୍ରମଣ ପରେ ମଧ୍ୟ ଦୁଇଦେଶ ମଧ୍ୟରେ ସାଂସ୍କୃତିତ ସମ୍ବନ୍ଧ ଉପରେ ପ୍ରଭାବ ପଡ଼ିଛି। ଭାରତର ଫେଡ୍ରେଶନ୍‌ ଅଫ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ରବିବାର କହିଛନ୍ତି, ‘ଏହି ନୃଶଂସ ଆକ୍ରମଣ ପରେ ଫିଲ୍ମ ନିର୍ମାତାଙ୍କୁ ପାକିସ୍ତାନରେ ନିଜ ଫିଲ୍ମ ରିଲିଜ୍‌ କରିବାକୁ ଅନୁମତି ଦିଆଯିବ ନାହିଁ।’

ଟୋଟାଲ୍‌ ଧମାଲ୍‌ରେ  ଫିଲ୍ମର ଲିଡ୍‌ ରୋଲରେ ନଜର ଆସିବେ ସୁପରଷ୍ଟାର୍‌ ଅଜୟ ଦେବଗନ୍‌। ଏହାସହ ‘ଟୋଟାଲ୍ ଧମାଲ୍’ ଜରିଆରେ ପୁଣି ଥରେ ଏକାଠି ସ୍କ୍ରିନ୍ ଶେଆର୍‌ କରିବେ ଅନୀଲ୍ କପୁର ଏବଂ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍‌। କେବଳ ଏହି ୩ ଷ୍ଟାର ନୁହନ୍ତି, ‘ଧମାଲ୍’ ଫିଲ୍ମରେ ପୂର୍ବରୁ ଧମାଲ୍ କରିଥିବା ରିତେଶ ଦେଶମୁଖ, ‌ଅର୍ସଦ ୱାର୍ସୀ, ଜାଭେଦ୍ ଜାଫ୍ରୀ ଏବଂ ସଞ୍ଜୟ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ବଲିଉଡ୍‌ରେ ନିଜର ସ୍ଥାନ ଜମାଉଥିବା ଓଡ଼ିଆ ଅଭିନେତା ପୀତବାସ ତ୍ରିପାଠୀ ମଧ୍ୟ ଏହି ଫିଲ୍ମରେ ନଜରକୁ ଆସିବେ। ଆସନ୍ତା ମାସ ୨୨ ତାରିଖରେ ‘ଟୋଟାଲ୍ ଧମାଲ୍‌’ ପରଦାକୁ ଆସିବ।



from Odisha Reporter http://bit.ly/2DUZopg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages