
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କଲରାପତରିଆ ବାଘ। ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ପଳାଶପଲ୍ଲୀ ଅଞ୍ଚଳରେ ପ୍ରବେଶ କରିଥିଲା। ବର୍ତ୍ତମାନ ବାଘ କେଉଁଠି ଅଛି, ତାହା ଜଣାପଡ଼ିନାହିଁ। ଏହି ଖବର ପ୍ରକାଶ ପାଇବା ପରେ ପଳାସପଲ୍ଲୀ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏୟାରପୋର୍ଟ ପାଚେରୀ ଡେଇଁ ଏକ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ବାଘଟି ରାସ୍ତା ଅତିକ୍ରମ କରି C-7/1 ପ୍ଲଟ୍ ପରିସରରେ ଥିବା ଏକ ବେସରକାରୀ ଅଫିସ୍ ଦୁଆର ମୁହଁରେ ବସିଥିଲା। ତା’ପରେ ଚାରିଆଡ଼କୁ ଅନାଇଁ ବାଘଟି ଛାତ ଉପର ଦେଇ ପଳାଇ ଯାଇଥିଲା। ଏ ସବୁ ଦୃଶ୍ୟ ଦେଖି ସୁରକ୍ଷା କର୍ମୀ ଘର ମାଲିକଙ୍କୁ ଜଣାଇଥିଲେ। ପରେ ସିସିଟିଭି ଯାଞ୍ଚ କରିବାରୁ ପୂରା ଘଟଣା କଏଦ ହୋଇଛି। ବାଘଟି ବର୍ତ୍ତମାନ କେଉଁଠି ରହିଛି, ତାହା ଜଣାପଡ଼ିନାହିଁ। ଏହି ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଭୟରବାତାବରଣ ଖେଳି ଯାଇଛି।
ସୂଚନାରୁ ପ୍ରକାଶ, ଏୟାପୋର୍ଟ ଓ ପଳାସପଲ୍ଲୀ ପାଖରେ ଏକ ବିରାଟ୍ ପଡ଼ିଆ ରହିଛି। ଏହି ପଡ଼ିଆ ରହିଛି। ଏହା ଘଞ୍ଚ ଜଙ୍ଗଲ ଭଳି ହୋଇଥିବାରୁ ବାଘଟି ସେହିଠାରେ ଥିବା ଅନୁମାନ କରାଯାଉଛି।
from Odisha Reporter http://bit.ly/2SNDgI0
No comments:
Post a Comment