କାର୍ତ୍ତିକ ଓ ପନ୍ତଙ୍କ ମଧ୍ୟରୁ ଜଣେ ବିଶ୍ୱକପ୍‌ ଟିକେଟ୍‌ ପାଇବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

କାର୍ତ୍ତିକ ଓ ପନ୍ତଙ୍କ ମଧ୍ୟରୁ ଜଣେ ବିଶ୍ୱକପ୍‌ ଟିକେଟ୍‌ ପାଇବେ!

ନୂଆଦିଲ୍ଲୀ: ବ୍ୟାଟସ୍‌ମ୍ୟାନ୍‌ ଦୀନେଶ କାର୍ତ୍ତିକଙ୍କ ବିଶ୍ୱକପ୍‌ ଯିବା ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଛି କି? ଦୀନେଶ କାର୍ତ୍ତିକ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିବା ପରେ କ୍ରିକେଟ ପଣ୍ଡିତଙ୍କ ମଧ୍ୟରେ ଏଭଳି ଚର୍ଚ୍ଚା ଜାରି ରହିଛି। କାର୍ତ୍ତିକଙ୍କ ବଦଳରେ ରିଷଭ ପନ୍ତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଛି। ତେବେ କାର୍ତ୍ତିକଙ୍କ ବିଶ୍ୱକପ୍‌ ଅଭିଯାନ ଶେଷ ହୋଇନାହିଁ ବୋଲି ମୁଖ୍ୟ ଚୟନ କମିଟି ଅଧ୍ୟକ୍ଷ ଏମଏସ୍‌କେ ପ୍ରସାଦ କହିଛନ୍ତି।

ସେ କହିଛନ୍ତି, “କାର୍ତ୍ତିକ ଆଜି ଯାଏ ଯେତେ ସୁଯୋଗ ପାଇଛନ୍ତି, ସେଥିରେ ଭଲ କରିଛନ୍ତି। ସେ ଦଳରେ ଫିନିଶର୍ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କୁ ଉପଯୁକ୍ତ ସମୟରେ ବିଶ୍ୱକପ୍‌ ସ୍କ୍ୱାଡରେ ସାମିଲ କରାଯିବ।

ବର୍ତ୍ତମାନ ପନ୍ତ ଓ କାର୍ତ୍ତିକଙ୍କୁ ନେଇ ଯେଉଁ ବିତର୍କ ଚାଲିଛି, ତାହା ଏକ ଭଲ କଥା। ପନ୍ତ ଖୁବ୍‌କମ୍‌ ବୟସରେ ନିଜର ମ୍ୟାଚୁରିଟି ଦେଖାଇଛନ୍ତି। ଉଭୟ ପନ୍ତ ଓ କାର୍ତ୍ତିକ ଭଲ ଖେଳାଳି। ତେଣୁ ଟିମ୍‌ ପାଇଁ ଯାହାର ଆବଶ୍ୟକତା ଅଧିକ ରହିବ, ତାଙ୍କୁ ଠିକଣା ସମୟରେ ଡାକରା ମିଳିବ।”

ପୂର୍ବରୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ କଲା ବେଳେ ପନ୍ତଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳି ନଥିଲା। ତଥାପି ଟିମ୍‌ ମ୍ୟାନେଜମେଣ୍ଟ ପନ୍ତ ବିଶ୍ୱକପ୍‌ ଦୌଡ଼ରେ ରହିଥିବା କହିଥିଲେ।

ଏବେ କାର୍ତ୍ତିକଙ୍କୁ ଅଷ୍ଟ୍ରେଲିଆର ଭାରତ ଗସ୍ତ ସିରିଜ୍‌ରୁ ବାଦ ଦେଇ ଟିମ୍‌ ମ୍ୟାନେଜମେଣ୍ଟ ସମାନ କଥା କହିଛି। ତେଣୁ ବିଶ୍ୱକପ୍‌ରେ ପନ୍ତ କିମ୍ବା କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ଜାରି ରହିଛି।



from Odisha Reporter http://bit.ly/2DQ9W9n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages