ପୁଣି ଦୋହଲିଲା କର୍ଣ୍ଣାଟକା ମେଣ୍ଟ ସରକାର: ଉପ ମୁଖ୍ୟମନ୍ତ୍ରୀ ଖେଳିଲେ ଦଳିତ କାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ପୁଣି ଦୋହଲିଲା କର୍ଣ୍ଣାଟକା ମେଣ୍ଟ ସରକାର: ଉପ ମୁଖ୍ୟମନ୍ତ୍ରୀ ଖେଳିଲେ ଦଳିତ କାର୍ଡ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟରେ ପୁଣିଥରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ଜେଡିଏସ୍‌ ଓ କଂଗ୍ରେସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଚାଲିଥିଲା। କିନ୍ତୁ ଏବେ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଦଳିତ କାର୍ଡ ଖେଳି ପୂରା ସରକାରଙ୍କୁ ଦୋହଲାଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଦଳିତ ହୋଇଥିବାରୁ ମୋତେ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ। ଦଳିତ ହୋଇଥିବାରୁ ମୁଁ ବିନା ପ୍ରତିବାଦରେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲି।”

ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ଏଭଳି ବୟାନ ପରେ କର୍ଣ୍ଣାଟକା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଦାଭନଗେର ଠାରେ ଆୟୋଜିତ ଏକ ଦଳିତ ଶୋଭାଯାତ୍ରାରେ ଯୋଗଦେଇ ଶ୍ରୀ ପରମେଶ୍ୱର କହିଛନ୍ତି, “ଉଚ୍ଚ ଓ ନୀଚ୍ଚ ଜାତି ଭେଦଭାବର ପୀଡ଼ିତ ମୁଁ ହୋଇଛି। ଏଥିପାଇଁ ମୋତେ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ। ଯେଉଁ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋର ଇଚ୍ଛା ନ ଥିଲା, ସେହି ପଦକୁ ମୁଁ ବାଧ୍ୟ ହୋଇ ଗ୍ରହଣ କରିଛି।”

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ତୁଳନାରେ ଜେଡିଏସ୍‌ ଯଥେଷ୍ଟ କମ୍‌ ଆସନ ପାଇଥିଲା। କିନ୍ତୁ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ ପାଇଁ ସର୍ତ୍ତ ରଖିଥିଲେ। ଏହି ସର୍ତ୍ତ ଅନୁସାରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ କଂଗ୍ରେସ ଜେଡିଏସ୍‌ ସହ ମିଶି ସରକାର ଗଠନ କରିଥିଲା। ହେଲେ ଏହି ମେଣ୍ଟ ଉପରେ କଂଗ୍ରେସର କିଛି ବରିଷ୍ଠ ନେତା ଖୁସି ନାହାନ୍ତି। ଫଳରେ ଅନେକ ସମୟରେ ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟରେ ଏଭଳି ମତାନ୍ତର ଓ ମନାନ୍ତର ଦେଖିବାକୁ ମିଳୁଛି।



from Odisha Reporter https://ift.tt/2IBIBxn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages