ଓସ୍କାର ଜିତିଲା ଏହି ଭାରତୀୟ ସିନେମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଓସ୍କାର ଜିତିଲା ଏହି ଭାରତୀୟ ସିନେମା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଓସ୍କାର ୨୦୧୮ରେ ଭାରତକୁ ମିଳିଛି ବଡ଼ ସଫଳତା। ଫିଲ୍ମ ‘Period, End of Sentence’କୁ ୯୧ତମ ଏକାଡେମୀ ଆୱାର୍ଡ଼ରେ ବେଷ୍ଟ ଡକ୍ୟୁମେଣ୍ଟ୍ରିର ଆୱାର୍ଡ଼ ମିଳିଛି। ଫିଲ୍ମଟିର କାହାଣୀ, ବିଷୟବସ୍ତୁ ଓ ଷ୍ଟାରକାଷ୍ଟ ସମସ୍ତ ଭାରତୀୟ। ଫିଲ୍ମର ନିର୍ଦ୍ଦେଶନା ଇରାନୀ-ଆମେରିକୀୟ ନିର୍ଦ୍ଦେଶକ ରେକା ଜୋହାବାଚୀ ଦେଇଛନ୍ତି। ଫିଲ୍ମଟିର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର ହେଉଛନ୍ତି ଭାରତୀୟ ମହିଳା ଗୁନୀତ ମୋଙ୍ଗା। ଓସ୍କାର ଆୱାର୍ଡ଼ ଜିତିବା ପରେ ଗୁନିତ ମୋଙ୍ଗା ନଜେ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି।

ଏହି ଡକ୍ୟୁମେଣ୍ଟାରୀ  ଫିଲ୍ମ ଉତ୍ତର ଭାରତର ହାପୁଡ଼ରେ ରହୁଥିବା ଯୁବତୀମାନଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମରେ ଦେଖାଯାଇଛି ଯେ, ଆଜି ବି କିପରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ଋତୁସ୍ରାବ ନେଇ ଲାଜ ଓ ଡ଼ର ଓ ଆଶଙ୍କା ଭିତରେ ରହୁଛନ୍ତି। କିପରି ସେମାନେ ଏଥିପ୍ରତି ସଚେତନ ହେବେ ତାହା ହେଉଛି ଏହି ଫିଲ୍ମର ମୁଖ୍ୟ ବିଷୟ।

୨୬ ମିନିଟ୍‌ର ଏହି ଫିଲ୍ମଟି ଭାରତୀୟ ମହିଳାମାନଙ୍କର ମାସିକ ଧର୍ମ ସହ ଜଡ଼ିତ କିଛି ସମସ୍ୟା ବିରୋଧରେ ଅସଲି ପ୍ୟାଡମ୍ୟାନ୍‌ ଅରୁଣାଚଳମ ମୃଗନାଥନ୍‌ଙ୍କ କାର୍ଯ୍ୟ ଉପରେ ପର୍ଯ୍ୟବେଶିତ। ଉତ୍ତର ଭାରତର ହାପୁଡ଼ା ପାଖରେ କାଥିଖେଡ଼ା ଗାଁର କିଛି ମହିଳା କିପରି ମୃଗନାଥମ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ତାହା ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି। ମୃଗନାଥମ୍‌ଙ୍କ ଆବିଷ୍କୃତ ଲୋ-କଷ୍ଟ ସାନିଟାରୀ ନାପ୍‌କିନ୍‌ ତିଆରି ମେଶିନ୍‌ ସ୍ଥାପନ କରିବା ଓ ସମ୍ପୃକ୍ତ ଗ୍ରାମର ମହିଳାମାନଙ୍କ ଅନୁଭବ ଉପରେ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

 



from Odisha Reporter https://ift.tt/2TgkRmm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages