ଭଦ୍ରାଙ୍କୁ କୋର୍ଟ ଝଟ୍‌କା, ଆସନ୍ତାକାଲିଠାରୁ ଜେରାର ସମ୍ମୁଖୀନ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଭଦ୍ରାଙ୍କୁ କୋର୍ଟ ଝଟ୍‌କା, ଆସନ୍ତାକାଲିଠାରୁ ଜେରାର ସମ୍ମୁଖୀନ ହେବେ

ନୂଆଦିଲ୍ଲୀ: ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଶକ୍ତ ଝଟ୍‌କା ଦେଇଛନ୍ତି। ତାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲା ରୁଜୁ କରିଥିବା ବେଳେ ଶ୍ରୀ ଭଦ୍ରା ଏଥିରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ଭଦ୍ରାଙ୍କ ଆବେଦନକୁ ଖାରଜ କରିବା ସହ ଆସନ୍ତାକାଲି ଠାରୁ ଇଡି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ସିବିଆଇ ବିଚାରପତି ଅରବିନ୍ଦ କୁମାର ଆସନ୍ତା ୫ ଦିନ ମଧ୍ୟରେ ଇଡିକୁ ଶ୍ରୀ ଭଦ୍ରାଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରି ଜବତ କରିଥିବା ଦସ୍ତାବିଜ୍‌ ଗୁଡ଼ିକ ଦାଖଲ କରିବାକୁ ମଧ୍ୟ କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ଇଡି ଗତବର୍ଷ ଡିସେମ୍ବର ୭ରେ ଦିଲ୍ଲୀ ସ୍ଥିତ ଶ୍ରୀ ଭଦ୍ରାଙ୍କ ଅଫିସରେ ଚଢ଼ଉ କରିଥିଲା।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଶନିବାର ଇଡି ତଦନ୍ତରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ଇଡି ତାଙ୍କୁ ଜବତ ଦସ୍ତାବିଜ ଆଧାରରେ ଜେରା କରୁଛି। କିନ୍ତୁ ଏଯାଏ ସଂସ୍ଥା ପକ୍ଷରୁ ତାଙ୍କୁ କୌଣସି ଦସ୍ତାବିଜ ଦିଆଯାଇ ନାହିଁ। ଭଦ୍ରାଙ୍କ ଓକିଲ କେଟିଏସ୍‌ ତୁଲସୀ କହିଥିଲେ, “ଇଡି ନିର୍ବାଚନକୁ ଦୃଷ୍ଟିରେ ରଖି ମାମଲାକୁ ବିଳମ୍ବ କରି ଚାଲିଛି। ଖାସ୍‌ ସେଥିପାଇଁ  ଶ୍ରୀ ଭଦ୍ରାଙ୍କୁ ବାରମ୍ବାର ଅଫିସକୁ ଡାକି ଜେରା କରୁଛି।”

ଇଡି ମନି ଲଣ୍ଡରିଂ ମାମଲାରେ ଭଦ୍ରାଙ୍କୁ ବାରମ୍ବାର ଜେରା କରିଥିଲେ ହେଁ କୋର୍ଟ ତାଙ୍କୁ ମାର୍ଚ୍ଚ ୨ ଯାଏ ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2TfkhFu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages