ଆସୁଛି କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ବାୟୋପିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଆସୁଛି କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ବାୟୋପିକ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। କିଛିଦିନ ପୂର୍ବରୁ ଶିବସେନା ମୁଖ୍ୟ ବାଲା ସାହେବ ଠାକ୍‌ରେଙ୍କ ଉପରେ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବାୟୋପିକ୍‌ ଆସୁଛି। ତେବେ ଏହି ତାଲିକାରେ ବର୍ତ୍ତମାନ ଆଉ ଜଣେ ରାଜନେତାଙ୍କ ନାଁ ଯୋଡ଼ି ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ତିଆରି ହୋଇଥିବା ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି।

ଫିଲ୍ମର ନାଁ ରଖାଯାଇଛି ‘ଗଡ଼କରୀ’। ଯାହାର ନିର୍ଦ୍ଦେଶନା ଦେଇଛନ୍ତି, ଅନୁରାଗ ଭୁସାରୀ । ଅନୁରାଗ କହିଛନ୍ତି ଯେ, ଏହି ଫିଲ୍ମ କୌଣସି ପ୍ରଚାର ଉଦ୍ଦେଶ୍ୟରେ ପ୍ରସ୍ତୁତ କରଯାଇନାହିଁ। ସେ ଆହୁରି କହିଛନ୍ତି ଯେ, ଫିଲ୍ମରେ ନୀତିନ କେତେ ଭଲ ମଣିଷ, ତାହା ଦେଖାଯିବ ନାହିଁ। ଏଥିରେ କେବଳ ତାଙ୍କ ସଂଘର୍ଷ କାହାଣୀ ଦେଖିବାକୁ ମିଳିବ।

ଗଡକରୀଙ୍କ ପିଲାବେଳଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ କଥା ଏହି ଫିଲ୍ମରେ ଆପଣ ଦେଖିପାରିବେ।  ଛାତ୍ରନେତାରୁ କେନ୍ଦ୍ରମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ପ୍ରାଞ୍ଜଳ ଭାବେ ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି। ଅଭିନେତା ରାହୁଲ ଚୋପ୍ରା, ନୀତିନ୍‌ ଗଡ଼କରୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଯାହା ମାର୍ଚ୍ଚ ୫ ପୂର୍ବରୁ ୟୁଟ୍ୟୁବରେ ରିଲିଜ୍‌ ହେବାର ସମ୍ଭାବନା ରହିଛି।

 



from Odisha Reporter http://bit.ly/2X6uGCr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages