ନୀତୀଶ କୁମାରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ନୀତୀଶ କୁମାରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ପାଟନା: ବିହାରର ମୁଜାଫରପୁର ଶେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଏହି ଘଟଣାରେ ସିବିଆଇ ନୀତୀଶ କୁମାରଙ୍କ ଭୂମିକାର ମଧ୍ୟ ତଦନ୍ତ କରୁ ବୋଲି ଆଜି ସ୍ୱତନ୍ତ୍ର ପକସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ଜିଲ୍ଲା ମାଜିଷ୍ଟ୍ରେଟ ଧର୍ମେନ୍ଦ୍ର ସିଂହ ଓ ସାମାଜିକ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅତୁଲ ପ୍ରସାଦଙ୍କ ନାଁରେ ମଧ୍ୟ ସିବିଆଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିହାର ଶେଲଟର ହୋମ ଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ ଅଶ୍ୱିନୀ କୋର୍ଟରେ ନୀତୀଶ କୁମାର, ଧର୍ମେନ୍ଦ୍ର ଓ ଅତୁଲଙ୍କ ବିରୋଧରେ ମଧ୍ୟ ସିବିଆଇ ତଦନ୍ତ କରିବାକୁ ଆବେଦନ କରିଥିଲେ। ଅଶ୍ୱିନୀ ଜଣେ ଆତ୍ମଘୋଷିତ ଡାକ୍ତର। ସେ ଶେଲଟର ହୋମକୁ ଯାଇ ନାବାଳିକାମାନଙ୍କୁ କିଛି ଇଞ୍ଜେକସନ୍‌ ଦେଉଥିଲେ। ଏହାପରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା।

ଏକ ଏନ୍‌ଜିଓ ସଂସ୍ଥା ଶେଲଟର ହୋମରେ ବେଆଇନ୍‌ କାମ ଚାଲୁଥିବା ରିପୋର୍ଟ ଦେଇଥିଲେ ହେଁ ରାଜ୍ୟ ସରକାର ଏହାକୁ ପାଣ୍ଠି ଯୋଗାଇ ଆସୁଥିଲେ। ତେଣୁ ନୀତୀଶ କୁମାରଙ୍କ ଭୂମିକାକୁ ନେଇ କୋର୍ଟ ସନ୍ଦେହ ପ୍ରକାଶ କରିବା ସହ ସିବିଆଇକୁ ଘଟଣାର ତଦନ୍ତ କରିବାକୁ କହିଛନ୍ତି



from Odisha Reporter http://bit.ly/2S6ZSxL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages