ନବୀନଙ୍କୁ କି ବାଣୀ ଶୁଣାଇବେ ଯୋଗୀ ଆଦିତ୍ୟନାଥ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ନବୀନଙ୍କୁ କି ବାଣୀ ଶୁଣାଇବେ ଯୋଗୀ ଆଦିତ୍ୟନାଥ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ପଶ୍ଚିମବଙ୍ଗରେ ନିର୍ବାଚନୀ କାର୍ଯ୍ୟକ୍ରମ କରି ସେଠାର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସିଧାସଳଖ କଡ଼ା ଟକ୍କର ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆସନ୍ତାକାଲି ପ୍ରଥମଥର ଓଡ଼ିଶା ଆସିବେ। ଭବାନୀପାଟଣା ଓ ଖୋର୍ଦ୍ଧାର ନାଚୁଣୀରେ ଦୁଇଟି ବିଶାଳ ସମାବେଶରେ ଯୋଗ ଦେଇ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବେ ବୋଲି ରାଜ୍ୟ ବିଜେପି ସୂତ୍ରରୁ ଜଣାପଡ଼ିଛି। ନିର୍ବାଚନ ଘୋଷଣା ହେବା ପୂର୍ବରୁ ଯୋଗୀଙ୍କ ଭଳି ଫାୟାରବ୍ରାଣ୍ଡ ନେତାଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇ ବିଜେପି ରାଜ୍ୟରେ ନିଜ ସପକ୍ଷରେ ମାହୋଲ୍ ସୃଷ୍ଟି ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଆକଳନ କରାଯାଉଛି।

ସୂଚନା ଅନୁସାରେ, ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ଲକ୍ଷ୍ନୌରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ କଳାହାଣ୍ଡିର ପୁଲିସ ପଡ଼ିଆରେ ଅବତରଣ କରି ସଡ଼କ ମାର୍ଗରେ ମା’ ମାଣିକେଶ୍ୱରୀ ମନ୍ଦିରକୁ ଯିବେ। ଦିନ ପ୍ରାୟ ୧ଟାବେଳେ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଦଳର ୪ଟି ଲୋକସଭାମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ। ସେଠାରୁ ଆକାଶମାର୍ଗରେ ଆସି ଅପରାହ୍ନ ପ୍ରାୟ ୩ଟା ୧୫ମିନିଟରେ ସେ ଖୋର୍ଦ୍ଧାର ନାଚୁଣୀ ହାଇସ୍କୁଲ ପଡ଼ିଆରେ ଭୁବନେଶ୍ୱର, ପୁରୀ, କନ୍ଧମାଳ ଓ ଆସିକା ଲୋକସଭାମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଏବଂ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ। ସେଠାରୁ ଭୁବନେଶ୍ୱର ବିମାନ ବନ୍ଦର ଦେଇ ସେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2ImGVr7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages