ଧମକାଇବାର ସୀମାପାର କଲେ ପାକ୍‌ ରେଳ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଧମକାଇବାର ସୀମାପାର କଲେ ପାକ୍‌ ରେଳ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ପୁଲ୍‌ୱାମା ଆକ୍ରମଣରେ ପାକିସ୍ତାନର ହାତ ରହିଥିବା ଜଳଜଳ ଦିଶୁଥିଲେ ମଧ୍ୟ ପାକିସ୍ତାନୀ ନେତାଙ୍କ ମୁହଁ ଟାଣ କମିବାର ନାଁ ନେଉନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବାନେଇ ପ୍ରମାଣ ମାଗୁଥିବାବେଳେ ଏବଂ ପ୍ରତିଆକ୍ରମଣର ଧମକ ଦେଇଥିବା ବେଳେ ଏବେ ପାକ୍‌ ରେଳମନ୍ତ୍ରୀ ସବୁସୀମାକୁ ପାର କରିଯାଇଛନ୍ତି। ଶେଖ୍‌ ରଶିଦ୍‌ ଅହମ୍ମଦ ନାମକ ଏହି ମନ୍ତ୍ରୀ କହିଛନ୍ତି, ଯଦି କେହି ପାକିସ୍ତାନକୁ ଆଡ଼ ଆଖିରେ ବି ଅନାଏ, ତାହେଲେ ତା’ର ଆଖି ତାଡ଼ି ଅନ୍ଧ କରିଦିଆଯିବ।

ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, “ଇମ୍ରାନ୍‌ ଖାନ୍‌ ସ୍ପଷ୍ଟ ସନ୍ଦେଶ ଦେଇସାରିଛନ୍ତି। ଯଦି କେହି ପାକିସ୍ତାନକୁ ଖରାପ ନଜରରେ ଦେଖେ, ତା’ର ଆଖି ତାଡ଼ି ନିଆଯିବ। ଆଉ ତା’ପରେ ନା ଚଢ଼େଇ ବୋବେଇବ ନା ମନ୍ଦିରରେ ଘଣ୍ଟି ବାଜିବ।”


ତେବେ ତାଙ୍କ ମନ୍ତବ୍ୟର ସବୁଠାରୁ ବିବାଦୀୟ ଶବ୍ଦ ‘ମନ୍ଦିର’କୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପାକିସ୍ତାନ ଏକ ଇସଲାମିକ ରାଷ୍ଟ୍ର ହୋଇଥିବା ବେଳେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ‘ବିବିଧତାରେ ଏକତା’ରେ ଏ ଦେଶ ବିଶ୍ୱାସ କରେ ଦର୍ଶାଇ ଭାରତ ସରକାର ଏହି ଉଦ୍ଧତ ପାକ ମନ୍ତ୍ରୀଙ୍କ ଏପରି ଅଶାଳୀନ ମନ୍ତବ୍ୟର କଡ଼ା ଉତ୍ତର ଦେବାକୁ ଦାବି ଜୋର ଧରିଛି।



from Odisha Reporter http://bit.ly/2TVYsbd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages