ବିଜେଡି ଗେମ୍: ପ୍ରତାପ ଦେବଙ୍କୁ ଚେକ୍, ସଞ୍ଜିବ ସାହୁ ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ବିଜେଡି ଗେମ୍: ପ୍ରତାପ ଦେବଙ୍କୁ ଚେକ୍, ସଞ୍ଜିବ ସାହୁ ଆଉଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ପ୍ରଭାବଶାଳୀ ସାଂସଦ ତଥା ବରିଷ୍ଠ ମୁଖପାତ୍ର ପ୍ରତାପ କେଶରୀ ଦେବ ତୃତୀୟ ମହଲାର ରୋଷର ଶିକାର ହୋଇଛନ୍ତି। ଫଳ ସ୍ୱରୂପ ସେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ରବି ପାଣିଙ୍କୁ ସମ୍ବଲପୁରର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ସେହିପରି ବିଧାୟକ ସଞ୍ଜିବ ସାହୁଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଇ ଦିଆଯାଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼ ସହ ଦେବଗଡ଼ର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ପ୍ରତାପ ଦେବ ଏବେ ସମ୍ବଲପୁର ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ମଧ୍ୟ ଏବେ ରବି ପାଣିଙ୍କ ଅଧୀନରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ତେବେ ଶ୍ରୀ ଦେବ ଏବେ ନିଜ ନିର୍ବାଚନମଣ୍ଡଳୀ ଆଳିରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଥିବାରୁ ଗତ କିଛିଦିନ ହେବ ଜାଣିଶୁଣି ସମ୍ବଲପୁରର ସାଂଗଠନିକ ବ୍ୟାପାରରୁ ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି। ତା’ଛଡ଼ା ଶ୍ରୀ ଦେବଙ୍କ ବିନା ପରାମର୍ଶରେ ସମ୍ବଲପୁର ଜିଲ୍ଲା ସଭାପତି ପରିବର୍ତ୍ତନ କରାଯିବା ଓ ସେଠାରେ ଗୋଷ୍ଠୀକନ୍ଦଳକୁ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଉସକାଉଥିବାରୁ ସେ ସମ୍ବଲପୁର ବିଜେଡି ସଂଗଠନ ବ୍ୟାପାରରେ ମୁଣ୍ଡ ଖେଳାଉନଥିବା ଜଣାପଡ଼ିଛି।

ସେହିପରି ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଦେବଙ୍କୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ଦଳର କ୍ଷମତାକେନ୍ଦ୍ର ପରାମର୍ଶ ଦେଇଥିଲେ। କିନ୍ତୁ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଏହି ପଦ ଛାଡ଼ିବେ ନାହିଁ ବୋଲି ରୋକଠୋକ୍ ଜଣାଇ ଦେଇଛନ୍ତି। ଅବଶ୍ୟ ସେ ଆଳିରୁ ବିଧାନସଭା ଲଢ଼ିବା ପାଇଁ ନିର୍ବାଚନମଣ୍ଡଳୀରେ ବ୍ୟାପକ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଶ୍ରୀ ଦେବଙ୍କୁ ରାଜ୍ୟସଭାରୁ ଅପସାରଣ କରି ସେହି ପଦରେ ଅନ୍ୟ କୌଣସି ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବା ନିମନ୍ତେ କ୍ଷମତାକେନ୍ଦ୍ରଙ୍କ ରଣନୀତି ବିଫଳ ହୋଇଥିବାରୁ ସେ ଆକ୍ରୋଶମୂଳକ ଭାବେ ଏଭଳି ପଦକ୍ଷେପ ନେଇଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି। ଏପରିକି କ୍ଷମତାକେନ୍ଦ୍ରଙ୍କ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସହ ଶ୍ରୀ ଦେବଙ୍କ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚର୍ଚ୍ଚା।

ସେହିପରି ଆଠମଲ୍ଲିକ ବିଧାୟକ ସଞ୍ଜିବ ସାହୁଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଇ ଦିଆଯାଇଛି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ନ୍ୟସ୍ତ ହୋଇଛି। ସୂଚନା ଅନୁସାରେ ବିଜେଡି ଆଗାମୀ ନିର୍ବାଚନରେ ଶ୍ରୀ ସାହୁଙ୍କୁ ପୁଣିଥରେ ପ୍ରାର୍ଥୀ କରିବାର ସମ୍ଭାବନା କ୍ଷୀଣ। ତା’ଛଡ଼ା ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସାହୁଙ୍କ କାର୍ଯ୍ୟ ମଧ୍ୟ ସନ୍ତୋଷଜନକ ନଥିବାରୁ ଦଳ ଏଭଳି ପଦକ୍ଷେପ ନେଇଛି।

ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଦେବାଶିଷ ମଲ୍ଲିକଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ଶ୍ରୀ ପଣ୍ଡାଙ୍କ ବିରୋଧରେ କହିଲେ ପୁରସ୍କାର ସହ ଅନ୍ୟାନ୍ୟ ଫାଇଦା ମିଳିବ ବୋଲି ତାଙ୍କୁ ଅଫର ଦିଆଯାଇଥିବା ସେ ନିଜେ କହୁଥିବାର ଏକ ଅଡିଓ ଟେପ୍ ଗତ କିଛିମାସ ପୂର୍ବରୁ ସୋଶାଲ ମିଡିଆରେ ବହୁଳ ପ୍ରସାରିତ ହୋଇଥିଲା। ଶ୍ରୀ ପଣ୍ଡାଙ୍କ ବିରୋଧରେ ତାଙ୍କୁ ଉପଯୋଗ କରିବା ପାଇଁ ଦେବାଶିଷଙ୍କୁ ସିଧାସଳଖ ଦଳର ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବିଜେଡି ମହଲରେ ଚର୍ଚ୍ଚା। ସେହିପରି ସିଦ୍ଧାର୍ଥ ଦାସଙ୍କୁ ଦଳର ସମ୍ପାଦକ ଏବଂ ଡଃ ହରିଶ ଚୌଧୁରୀଙ୍କୁ ମୟୂରଭଞ୍ଜର ମୋରଡ଼ା ଓ ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ବିଜେଡି ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2T5QzCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages