ସିଦ୍ଧୁଜୀ, ତୁମ ଇମ୍ରାନ୍‌ ଭାଇଙ୍କୁ ଟିକେ ବୁଝାଅ: ଦିଗ୍‌ବିଜୟ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ସିଦ୍ଧୁଜୀ, ତୁମ ଇମ୍ରାନ୍‌ ଭାଇଙ୍କୁ ଟିକେ ବୁଝାଅ: ଦିଗ୍‌ବିଜୟ ସିଂହ

ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣ ପରେ ପାକିସ୍ତାନକୁ ଟାର୍ଗେଟ୍‌ କରାଯିବାକୁ ନେଇ ନିଜକୁ ପାକିସ୍ତାନର ବନ୍ଧୁ ବୋଲି କହିଆସୁଥିବା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ଏବେ ତାଙ୍କ ଦଳ କଂଗ୍ରେସ ଭିତରୁ ବି ଉପଦେଶ ମିଳିଲାଣି। ପୂର୍ବରୁ ସିଦ୍ଧୁ ଏକ ମନ୍ତବ୍ୟରେ କହିଥିଲେ, କିଛି ଲୋକଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗୋଟିଏ ଦେଶକୁ ଦାୟୀ କରାଯିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ତାଙ୍କ ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପରିହାସ କରି କହିଛନ୍ତି, ” ସିଦ୍ଧୁଜୀ ତୁମ ସାଙ୍ଗ ଇମ୍ରାନ୍‌ ଭାଇଙ୍କୁ ଟିକେ ବୁଝାଅ। ତାଙ୍କ ପାଇଁ ତୁମେ ମିଛଟାରେ ଗାଳି ଖାଉଛ ଯାହା।”


ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ କଥା କହିବା ଏବଂ କାମ କରିବାକୁ କଂଗ୍ରେସ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସିଦ୍ଧୁ ଏହାକୁ ମାନୁନଥିବା ଚର୍ଚ୍ଚା ହେଉଛି। କାରଣ ତାଙ୍କ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ଯବାନ ଏବଂ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ପୁଲୱାମା ଆକ୍ରମଣକୁ ନିନ୍ଦା କରିସାରିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏହି ପ୍ରସଙ୍ଗରେ କହି ସାରିଛନ୍ତି, “ମୁଁ ସେନାରୁ ଅବସର ନେଇଛି, ସେ (ସିଦ୍ଧୁ) କ୍ରିକେଟ୍‌ରୁ ଅବସର ନେଇଛନ୍ତି। ତେଣୁ ଆମ ପ୍ରତିକ୍ରିୟାର ସ୍ୱର ଅଲଗା ହେବା ସ୍ୱାଭାବିକ।”



from Odisha Reporter http://bit.ly/2tqjvqE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages