ସହିଦଙ୍କୁ ସମ୍ମାନ ଜଣାଇ ମହମବତୀ ଶୋଭାଯାତ୍ରା, ଶାନ୍ତି ପ୍ରାର୍ଥନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ସହିଦଙ୍କୁ ସମ୍ମାନ ଜଣାଇ ମହମବତୀ ଶୋଭାଯାତ୍ରା, ଶାନ୍ତି ପ୍ରାର୍ଥନା

candle-march

କଟକ (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀରର ପୁଲୁୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ସହିଦ୍‌ ହୋଇଥିବା CRPF ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ, କଟକ ମିଶନ୍‌ ରୋଡ୍‌ ସ୍ଥିତ ‘କଟକ ଡାୟୋସିସ୍‌’ ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠା, ରୋଟାରୀ କ୍ଲବ୍‌ ସେଣ୍ଟ୍ରାଲ୍‌ ଓ କଟକ ହ୍ୟୁମାନିଟି ସେଣ୍ଟର ମିଳିତ ଭାବେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ଶୋଭାଯାତ୍ରାର ଆୟୋଜନ କରିଥିଲେ।

ଏଥିରେ ବିଶପ ସୁରେନ୍ଦ୍ର କୁମାର ନନ୍ଦ, ଭୁବନେଶ୍ୱର ଷ୍ଟିୱାର୍ଟ ସ୍କୁଲ୍‌ର ସମ୍ପାଦକ ଆଇନ୍‌ଜୀବୀ ବିଭୁଦତ୍ତ ଦାସ, ରେଭେରେଣ୍ଟ ପରିତୋଷ ରାଉତ, ରେଭେରେଣ୍ଟ୍‌ ପଙ୍କଜ ସାହାଣୀ, ପ୍ରଶାନ୍ତ କୁମାର ସାହୁ, ରେଭେରେଣ୍ଟ୍‌ ଏଫ୍‌ସି ନର୍ଥ, ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦେବାଶିଷ ଆଚାର୍ଯ୍ୟ, ନ୍ୟୁ ଷ୍ଟିୱାର୍ଟ ସ୍କୁଲ୍‌ର ଅଧ୍ୟକ୍ଷା ଏମ୍‌.ତୃପ୍ତିରାଣୀ, ବକ୍ଲି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଜମିଲା ପରବିନ୍‌, ଥମ୍‌ସନ୍‌ ସିଟି ଟ୍ରେନିଙ୍ଗ୍‌ ସ୍କୁଲ୍‌ର ଅଧ୍ୟକ୍ଷା, ବକ୍ଲି ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅମୀୟା ପ୍ରଧାନ, ବକ୍ଲି ପ୍ରି-ପ୍ରାଇମେରୀ ସ୍କୁଲ୍‌ର ଶୃତିରେଖା ପଣ୍ଡା, ରୋଟାରୀ କ୍ଲବ କଟକ ସେଣ୍ଟ୍ରାଲର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ, ରୋଟାରିଆନ ସତ୍ୟ ଗୋପାଲ ପରିଜା, କଟକ ହ୍ୟୁମାନିଟ୍‌ ସେଣ୍ଟରର ସମ୍ପାଦିକା ସ୍ୱର୍ଣ୍ଣ ମିଶ୍ର, ମଧୁଛନ୍ଦା ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କଟକ ଡାୟେସିସ୍‌ ଅଫିସ୍‌ରୁ ବାହାରି ଷ୍ଟିୱାର୍ଟ ସାଇନ୍ସ କଲେଜ, ଷ୍ଟିୱାର୍ଟ ସ୍କୁଲ୍‌, ସମାଜ ଅଫିସ୍‌, ବକ୍ସିବଜାର, ଥମ୍‌ସନ୍‌ ସିଟି ଟ୍ରେନିଙ୍ଗ୍‌ ସ୍କୁଲ୍‌, ବକ୍ଲି ବାଳିକା ବିଦ୍ୟାଳୟ, ବକ୍ସି ପ୍ରାଇମେରୀ ସ୍କୁଲ୍‌ ପରିକ୍ରମା କରି ନିୟୁ ଷ୍ଟିୱାର୍ଟ ସ୍କୁଲ୍‌ରେ ପହଞ୍ଚି ସହିଦ୍‌ ଯବାନ୍‌ଙ୍କ ପ୍ରତି ଦୁଇ ମିନିଟ୍‌ ନିରବ ପ୍ରାର୍ଥନା ଓ ସହିଦ୍‌ ଯବାନ୍‌ଙ୍କ ଶୋକସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ଶୋକସନ୍ତପ ପରିବାର ପାଇଁ କଟକ ବ୍ୟାଟିଷ୍ଟ ଚର୍ଚ୍ଚ ସମ୍ମୁଖରେ ଏକ ବିଶେଷ ପ୍ରାର୍ଥନାର ଆୟୋଜନ କରାଯାଇଥିଲା। ଶେଷରେ ଭୁବନେଶ୍ୱର ଷ୍ଚିୱାର୍ଟ ସ୍କୁଲ୍‌ର ସଂପାଦକ ରୋଟାରିଆନ୍‌ ଆଇନ୍‌ଜୀବୀ ବିଭୁଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।



from Odisha Reporter http://bit.ly/2T5QvCY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages