କିଏ ଖୋଜିଦେବ ମୋ ପୁଅ ପାଇଁ ଝିଅ…ଚିନ୍ତାରେ ସିଆରପିଏଫ୍‌ ଯବାନଙ୍କ ପିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

କିଏ ଖୋଜିଦେବ ମୋ ପୁଅ ପାଇଁ ଝିଅ…ଚିନ୍ତାରେ ସିଆରପିଏଫ୍‌ ଯବାନଙ୍କ ପିତା

ରାୟପୁର: ଦେଶ ପାଇଁ ଯଦି କେହି ଜଣେ ଜୀବନରେ ଅଧିକ ମୂଲ୍ୟ ଦେଇଥାଏ ସେ ହେଉଛି ସୈନିକ। ଦେଶର ସୁରକ୍ଷା ପାଇଁ ସେ ସବୁ କିଛି ଉତ୍ସର୍ଗ କରି ଦିଏ। ଏମିତିକି ଦେଶମାତୃକା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଏ। ସେ ଭୁଲିଯାଏ ତା’ ପ୍ରେମିକାକୁ, ତା’ପ୍ରାଣପ୍ରିୟା ପତ୍ନୀକୁ ଆଉ ପୁଣି ନିଜ ମାତାପିତାଙ୍କୁ। ପିଲାଛୁଆ, ଘରସଂସାର, ସୁଖଶାନ୍ତି ସବୁ କିଛି ତା’ପାଇଁ ତ୍ୟାଗର ପାତ୍ର ହୋଇଯାଆନ୍ତି। ଆଉ ଏବେକାର ପୁଲୱାମା ଆକ୍ରମଣ ଘଟଣା ଏହାର ସଦ୍ୟ ଉଦାହରଣ କହିଲେ ଭୁଲ ହେବ ନାହିଁ। ଯେଉଁ ଦୁଃଖଦ ଖବର ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଖାସ୍‌ ଏହି କାରଣ ପାଇଁ ସିଆରପିଏଫ୍‌ରେ ଚାକିରି କରିଥିବା ହନୁମାନ ସିଂହଙ୍କ ପୁଅକୁ ପାତ୍ରୀଟିଏ ମିଳୁ ନାହାନ୍ତି। ଏ କଥା ହନୁମାନ ସିଂହ ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ପୁଅ ସିଆରପିଏଫ୍‌ରେ ଚାକିରି କରିଥିବା କଥା ଶୁଣି ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହେଉ ନଥିବା ହନୁମାନ କହିଛନ୍ତି। କିନ୍ତୁ ପୁଅର ନାମ ପ୍ରକାଶ ନକରିବାକୁ ଅନୁରୋଧ କରିଛନ୍ତି।

ସିଆର୍‌ପିଏଫ୍‌ ହାବିଲ୍‌ଦାର୍‌ ପାହ୍ୟାରୁ ଅବସର ନେଇଛନ୍ତି ହନୁମାନ ସିଂହ। ହନୁମାନ ବିହାରରେ ରୁହନ୍ତି। ତାଙ୍କ ପୁଅ ଏବେ ସିଆରପିଏଫ୍‌ ଯବାନ ଭାବେ ଛତିଶଗଡ଼ ସୁକ୍‌ମାରେ କାର୍ଯ୍ୟରତ ଅଛନ୍ତି। ସୁକ୍‌ମାରେ ଅଧିକାଂଶ ସମୟରେ ମାଓବାଦୀଙ୍କ ଆକ୍ରମଣ ହୋଇଥାଏ। ସେମାନଙ୍କ ସହ ପୁଲିସ-ସୁରକ୍ଷା କର୍ମୀ ମୁହାଁମୁହିଁ ହେବା ଏକ ନିତିଦିନିଆ ଘଟଣା। ଛତିଶଗଡ଼ ସୁକ୍‌ମାରେ ପୋଷ୍ଟିଂ ପାଇବା ପରେ ପରେ ହନୁମାନ ସିଂହ ପୁଅର ଭବିଷ୍ୟତକୁ ନେଇ ସର୍ବଦା ଚିନ୍ତାରେ ରହୁଥିବା କହିଛନ୍ତି।

ନ୍ୟୁଜ୍‌- ୧୮କୁ ଦେଇଥିବା ଇଣ୍ଟରଭ୍ୟୁରେ ହନୁମାନ କହିଛନ୍ତି, ୨୦୧୨ରୁ ମୋ ପୁଅ ସିଆର୍‌ପିଏଫ୍‌ରେ କାମ କରୁଛି। ଏବେ ସେ ସୁକ୍‌ମାରେ ଡ୍ୟୁଟି କରୁଛି। ସୁକ୍‌ମାରେ ଯେଉଁଭଳି ଭାବରେ ମାଓ ଆକ୍ରମଣ ହେଉଛି ଏହାକୁ ନେଇ ମୁଁ ଚିନ୍ତାରେ ରହୁଛି। ଦିନରେ ପୁଅ ସାଙ୍ଗରେ ଥରେ କଥା ନ ହେଲେ ରାତିରେ ନିଦ ହେଉ ନାହିଁ। ଯେବେ ମୋବାଇଲ୍‌କୁ ଅଜଣା ନମ୍ୱରର ଫୋନ୍‌ ଆସୁଛି ଡର ଲାଗୁଛି। କେବଳ ଏତିକି ନୁହେଁ, ଟିଭିରେ ସୁକ୍‌ମାରେ ନକ୍ସଲ ଆକ୍ରମଣର ଖବର ଦେଖିଲେ ଭୟରେ ଛାତି ଥରି ଉଠୁଛି।

ହନୁମାନ ଆହୁରି ମଧ୍ୟ କହିଛନ୍ତି, “ପୁଅର ବିବାହ ବୟସ ହୋଇଗଲାଣି। ଏଥିପାଇଁ ଆମେ ଝିଅ ଖୋଜିବା ମଧ୍ୟ ଆରମ୍ଭ କରିଛୁ। ଏପରିକି ମୁଁ ୨୦୧୭ ମସିହାରୁ ପୁଅ ପାଇଁ ଝିଅ ଖୋଜିବାରେ ବ୍ୟସ୍ତ ଅଛି। କିନ୍ତୁ ମୋ ପୁଅ ସୁକମାରେ କାର୍ଯ୍ୟ କରୁଛି ବୋଲି ଝିଅ ପକ୍ଷ ରାଜି ହେଉନାହାନ୍ତି। ତାଙ୍କ କହିବା ଅନୁସାରେ “ସିଆର୍‌ପିଏଫ୍‌ ଯବାନଙ୍କୁ ପେନସନ୍‌ ମିଳୁନି। ଯଦି ପୁଅର କିଛି ହେଇଯାଏ, ତେବେ ଆମ ଝିଅ କ’ଣ କରିବ କହି ବାହାଘରକୁ ଏଡ଼ାଇ ଦେଉଛନ୍ତି।” ସିଆର୍‌ପିଏଫ୍‌ ହାବିଲ୍‌ଦାର୍‌ ଭାବେ ହନୁମାନ ତାଙ୍କ ଚାକିରି ସମୟ କଥା ମନେ ପକାଇ କହିଛନ୍ତି, ଆମ ସମୟରେ ବହୁତ କମ୍‌ ନକ୍ସଲଙ୍କୁ ଆମେ ସାମ୍ନା କରୁଥିଲୁ। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବେଳେ ବେଳେ ଡ଼ର ଲାଗୁଛି ଯେ, ପୁଅର କିଛି ହୋଇଗଲେ କ’ଣ କରିବି? ୨୦ କି ୨୫ ଲକ୍ଷ ଟଙ୍କା ମିଳିବ ସତ, କିନ୍ତୁ ପୁଅ ଯଦି ରହିବ ନାହିଁ, ଟଙ୍କା ମୋର କ’ଣ ହେବ। ପୁଲୱାମା ଆକ୍ରମଣ ପରେ ତାଙ୍କ ମନରେ ଭୟ ବଢ଼ି ଯାଇଛି।

ଏହି ବିଷୟରେ ସିଆର୍‌ପିଏଫ୍‌ର ଅବସରପ୍ରାପ୍ତ ଆଇଜି ପନବର କୁହନ୍ତି, ପ୍ରାୟ ସବୁ ଯବାନଙ୍କର କାହାଣୀ ସମାନ। ୮୦ ପ୍ରତିଶତ ସିଆର୍‌ପିଏଫ୍‌ ଯବାନ ଉତ୍ତର-ପୂର୍ବ, ନକ୍ସଲ ଅଞ୍ଚଳ କିମ୍ବା ଜମ୍ମୁ-କଶ୍ମୀରରେ କାମ କରିଥାନ୍ତି। କେବଳ ୨୦ ପ୍ରତିଶତ ଯବାନ ଶାନ୍ତି ଅଞ୍ଚଳରେ କାମ କରୁଛନ୍ତି। ତେବେ ଏପରି ଅବସ୍ଥାରେ ଯବାନଙ୍କ ପରିବାର ଲୋକ ସ୍ୱାଭାବିକ୍‌ ଭାବରେ ଭୟରେ ରୁହନ୍ତି।



from Odisha Reporter http://bit.ly/2BSz8Mn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages