
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆସନ୍ତାକାଲିଠାରୁ ୟୁଏଇର ଅବୁଧାବିରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ କୋପୋରେସନ(ଓଆଇସି) ଆରମ୍ଭ। ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗଦେବେ।
ସୁଷମା ବୈଠକରେ ଯୋଗଦେଲେ ପାକିସ୍ତାନ ଏଥିରେ ଯୋଗଦେବନାହିଁ ବୋଲି ଦେଶର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଧମକ ଦେଇଥିଲେ। ଏଥିସହ ଆଇଓସି ସୁଷମାଙ୍କ ନିମନ୍ତ୍ରଣକୁ ରଦ୍ଦ କରୁ ବୋଲି ସେ ଦାବି କରିଥିଲେ। କିନ୍ତୁ ସୁଷମା ଏସବୁ ସତ୍ତ୍ୱେ ସେଠାକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି।
ବିଶ୍ୱର ୫୭ଟି ଇସ୍ଲାମିକ ଦେଶଙ୍କୁ ନେଇ ଆଇଓସି ଗଠିତ। ଏହି ବୈଠକରେ ପ୍ରଥମ ଥର ଲାଗି ସୁଷମା ସ୍ୱରାଜ ସମ୍ମାନିତ ଅତିଥି ଭାବେ ଯୋଗଦେବେ।
from Odisha Reporter https://ift.tt/2Sy08pF
No comments:
Post a Comment