
ନୂଆଦିଲ୍ଲୀ: ଯେସାକୁ ତେସା ନୀତି ଆପଣାଇଛନ୍ତି ଭାରତ ସରକାର। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରୁଥିବା ସମଝୌତା ଏକ୍ସପ୍ରେସର ଚଳାଚଳକୁ ପ୍ରଥମେ ପାକିସ୍ତାନ ଲାହୋରରୁ ବନ୍ଦ କରି ଦେଇଥିଲା। ଏବେ ଭାରତ ସରକାର ମଧ୍ୟ ପାକିସ୍ତାନକୁ ପାନେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୪ ତାରିଖରୁ ମଧ୍ୟ ଏଠାରୁ ପାକିସ୍ତାନକୁ ସମଝୌତା ଏକ୍ସପ୍ରେସ ଗଡ଼ିବ ନାହିଁ ବୋଲି ଭାରତୀୟ ରେଳ ବିଭାଗ ପକ୍ଷରୁ କୁହାଯାଇଛି।
ବୁଧବାର ଭାରତ ପକ୍ଷରୁ କୁହାଯାଇଥିଲା ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିବ। ଦିଲ୍ଲୀରୁ ଅଟ୍ଟାରୀ ଯାଉଥିବା ଟ୍ରେନ୍ ୧୧.୨୦ ସମୟରେ ଦିଲ୍ଲୀ ଛାଡ଼ିଥିବାର ସୂଚନା ଦିଆଯାଇଥିଲା। ଏଥିରେ ୩ ଜଣ ପାକିସ୍ତାନୀ ଏବଂ ୨୪ ଜଣ ଭାରତୀୟ ଥିଲେ।
ସମଝୌତା ଏକ୍ସପ୍ରେସର ନାମ ‘ସମଝୌତା’ ବା ବୁଝାମଣାରୁ ଆସିଛି। ୧୯୭୧ ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ଶିମଲାଠାରେ ହୋଇଥିବା ବୁଝାମଣା ପରେ ୨୨ ଜୁଲାଇ ୧୯୭୬ରେ ଏହି ଟ୍ରେନ୍ ଚଳାଚଳ ହୋଇଥିଲା। ତେବେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି।
ଆଜି ସକାଳେ ପାକ୍ ସରକାର ଲାହୋରଠାରୁ ଅଟ୍ଟାରୀକୁ ସପ୍ତାହକୁ ୨ଥର ଚଳାଚଳ କରୁଥିବା ସମଝୌତା ଟ୍ରେନ୍କୁ ଅଟକାଇଥିଲେ। ଏହା ସୋମବାର ଏବଂ ଗୁରୁବାର ଦିନ ଚଳାଚଳ କରିଥାଏ। ଆଜି ଏହି ଟ୍ରେନ୍ ସକାଳ ୮ଟା ସମୟରେ ୧୬ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଛାଡ଼ିବାର ଥିଲା।
from Odisha Reporter https://ift.tt/2EirafQ
No comments:
Post a Comment