
ଗୁଆହାଟୀ: ବିଷାକ୍ତ ମଦ କାରଣରୁ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ବୃହତ ସଂଖ୍ୟାରେ ଲୋକ ପ୍ରାଣ ହରାଇବାର କିଛି ଦିନ ପରେ ହିଁ ଆସାମରୁ ଆସିଛି ସେଭଳି ଏକ ଦୁଃଖଦ ଖବର। ବିଷାକ୍ତ ମଦ ପିଇବା କାରଣରୁ ଆସାମର ଗୋଲାଘାଟ ଜିଲ୍ଲାରେ ୪ ମହିଳାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଛି।
ଏହି ସମସ୍ତ ମୃତକମାନେ ସାଲମରା ଚା’ ଇଷ୍ଟେଟ୍ରେ କାମ କରୁଥିବା ଚା’ ବଗିଚା ଶ୍ରମିକ ବୋଲି ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୧୧ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ଦେଶୀ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ମାମଲାର ତଦନ୍ତ ସହିତ ଜଡ଼ିତ ଜଣେ ପୁଲିସ୍ ଅଧିକାରୀ କହିବା ଅନୁଯାୟୀ, ସେମାନେ ମିଥାଇଲ୍ ଆଲକହଲ ମିଶା ମଦ ପିଇଥିଲେ।
୪ ଜଣ ମହିଳା ହସ୍ପିଟାଲ ଯିବା ବାଟରେ ହିଁ ମୃତ୍ୟୁବରଣ କରିଥିଲେ। ଏହି ମାମଲାକୁ ନେଇ ଆଜି ଆସାମ ବିଧାନସଭାରେ ବିରୋଧୀମାନେ ତମ୍ବି ତୋଫାନ କରିଥିଲେ। ବିରୋଧୀ ଅବକାରୀ ବିଭାଗକୁ ଏଥିପାଇଁ ଦାୟୀ କରିଥିଲେ ଏବଂ କହିଥିଲେ ଅଧିକାରୀମାନେ ବିଷାକ୍ତ ମଦ କାରବାର ଯାଞ୍ଚ କରିବାରେ ବିଫଳ ହୋଇଛନ୍ତି।
from Odisha Reporter https://ift.tt/2NnyYkh
No comments:
Post a Comment