ବିଶ୍ୱକପ୍‌ରେ ଭାରତ-ପାକ୍‌ ମ୍ୟାଚ୍‌: ଦ୍ୱନ୍ଦ୍ୱରେ ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ବିଶ୍ୱକପ୍‌ରେ ଭାରତ-ପାକ୍‌ ମ୍ୟାଚ୍‌: ଦ୍ୱନ୍ଦ୍ୱରେ ବିସିସିଆଇ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବାସୀଙ୍କ ଶାଣିତ ସ୍ୱର ଓ ଅନ୍ୟପଟେ ଆଇସିସି ଭାରତକୁ ବ୍ୟାନ୍‌ କରିଦେବାର ଭୟ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଭାରତ ବିଶ୍ୱକପ୍‌ରେ ପାକିସ୍ତାନ ସହ ଖେଳିବ କି ନାହିଁ, ତା’ର ନିଷ୍ପତ୍ତି ନେବାକୁ ଆଜି ବିସିସିଆଇର ପଦାଧିକାରୀ ଓ ପ୍ରଶାସନିକ କମିଟି(ସିଓଏ)ଙ୍କ ବୈଠକ ବସିଥିଲା।

କିନ୍ତୁ ଏହି ବୈଠକରେ କ’ଣ ନିଷ୍କର୍ସ ବାହାରିଲା, ସେ ସମ୍ପର୍କରେ କେହି ମୁହଁ ଖୋଲିନାହାନ୍ତି। ସିଓଏ କମିଟିର ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି, “ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ରେ ଖେଳ ହେବ କି ନାହିଁ, ତା’ର ନିଷ୍ପତ୍ତି ଏଯାଏ ହୋଇନାହିଁ। ତେବେ ଆଇସିସିକୁ ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନ ସହ ସମ୍ପର୍କ ନ ରଖିବା ପାଇଁ ନିଶ୍ଚିତ ଦାବି କରାଯିବ। ଆମେ କ୍ରମାଗତ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରୁଛୁ।

ଜୁନ୍‌ ୧୬ ମ୍ୟାଚ୍‌ରେ ଭାରତ-ପାକ୍‌ ବିପକ୍ଷରେ ଖେଳିବ କି ନାହିଁ, ତାହା ସ୍ପଷ୍ଟ ହେବ। ଆମେ ନିଶ୍ଚିତ ଭାବେ ଆଇସିସି ନିକଟରେ ଦୁଇଟି ପ୍ରସଙ୍ଗ ଉଠାଇବୁ। ବିଶ୍ୱକପ୍‌ ବେଳେ ଭାରତୀୟ ଖେଳାଳିଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ ଓ କ୍ରିକେଟ ଖେଳୁଥିବା ଦେଶ ଗୁଡ଼ିକୁ ଆତଙ୍କବାଦୀଙ୍କ ଗଡ଼ ସହ ସମ୍ପର୍କ ନ ରଖିବାକୁ କୁହାଯିବ।”

ଆଉ ଏକ ଖବର ଅନୁଯାୟୀ, ଭାରତ ବିଶ୍ୱକପ୍‌ରେ ପାକିସ୍ତାନ ସହ ଖେଳିବ ନାହିଁ ବୋଲି ସରକାର ବିସିସିଆଇକୁ କହିଥିବା କଥା ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ବିସିସିଆଇ ସରକାରଙ୍କ ନିଷ୍ପତ୍ତିରେ ଏକମତ ହୋଇ ଆଇସିସିକୁ ଏ ସମ୍ପର୍କରେ ଜଣାଇବ ବୋଲି ରାଜି ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ଭାରତ କେବଳ ଗ୍ରୁପ୍‌ ପର୍ଯ୍ୟାୟରେ ନୁହେଁ, ବରଂ ନକଆଉଟ୍‌ ପର୍ଯ୍ୟାୟରେ ମଧ୍ୟ ପାକିସ୍ତାନ ସହ ନ ଖେଳିବାକୁ ପ୍ରସ୍ତୁତ ରହିଛି। ଏହାଦ୍ୱାରା ପାକିସ୍ତାନ ଉପରେ ଚାପ ସୃଷ୍ଟି ହୋଇପାରିବ।

ଏ ସମ୍ପର୍କରେ ଆଇସିସିକୁ ଅବଗତ କରାଯିବ ଏବଂ ଆଇସିସି ଏମିତି କାର୍ଯ୍ୟସୂଚୀ ପ୍ରସ୍ତୁତ କରିବ ଯେ ଯାହାଦ୍ୱାରା ଭାରତ-ପାକ୍‌ ମ୍ୟାଚ୍‌ ହେବନାହିଁ। ବିଶେଷ କରି ନକଆଉଟ୍‌ ପର୍ଯ୍ୟାୟ ପର୍ଯ୍ୟନ୍ତ ଆଇସିସି ଏପରି କରିବା ଦରକାର ବୋଲି ବିସିସିଆଇ ଆଗାମୀ ବୈଠକରେ ପ୍ରସ୍ତାବ ରଖିବ। ତେବେ ବିସିସିଆଇର ଏଭଳି ପ୍ରସ୍ତାବ ଦ୍ୱାରା ଆଇସିସି ଓ ବିଶ୍ୱକପ୍‌ ପ୍ରାୟୋଜକମାନେ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିପାରନ୍ତି।

ଆଜିର ବୈଠକରେ ବିସିସିଆଇ ପକ୍ଷରୁ ପାକିସ୍ତାନ ସହ ନ ଖେଳିବାର ଆଇନଗତ ଦିଗ ସମ୍ପର୍କରେ ସିଓଏଙ୍କୁ ଅବଗତ କରାଯାଇଥିଲା। ସିଓଏର ଲିଗାଲ ଟିମ୍‌ ଏହାର ତର୍ଜମା କରୁଛି।

ଅନ୍ୟ ଏକ ଖବର ଅନୁଯାୟୀ, ଏବେ ବିସିସିଆଇ ପାକ୍‌ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ବରିଷ୍ଠ ସଦସ୍ୟମାନଙ୍କ ମତାମତ ନେବ। ବିଶେଷ କରି ଅଧିନାୟକ ବିରାଟ୍‌ କୋହଲି, ରବି ଶାସ୍ତ୍ରୀ ଓ ମହେନ୍ଦ୍ର ସିଂହ ଧୋନିଙ୍କ ସହ ବିସିସିଆଇ ଏ ସମ୍ପର୍କରେ ଆଲୋଚନା କରିବ।

ଆଜିର ବୈଠକରେ ସିଓଏ ଅଧ୍ୟକ୍ଷ ବିନୋଦ ରାଏ, ଡାଏନା ଏଡୁଲଜୀଙ୍କ ସମେତ ଗତକାଲି ନୂଆ କରି ସିଓଏରେ ସାମିଲ ହୋଇଥିବା ଲ୍ୟୁଟେନାଣ୍ଟ ଜେନେରାଲ ରବି ଥୋଡ଼ଗେ ଓ ବିସିସିଆଇ ସଦସ୍ୟମାନେ ରହିଥିଲେ।



from Odisha Reporter https://ift.tt/2T5s48T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages