
ନୂଆଦିଲ୍ଲୀ: ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଯାତାୟାତ କରୁଥିବା ଦ୍ରୁତଗାମୀ ଟ୍ରେନ୍ ୧୮ ବା ବନ୍ଦେ ମାତରମ ଏକ୍ସପ୍ରେସର ଟିକେଟ୍ ମୂଲ୍ୟ ଆଜି ପ୍ରକାଶ ପାଇଛି। ଏହି ଟ୍ରେନ୍ରେ ଯାତ୍ରା କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଏସି ଚେୟାର ଟିକେଟ୍ ପାଇଁ ୧୮୫୦ ଟଙ୍କା ଦେବାକୁ ପଡ଼ିବ।
ସେହିପରି ଏକଜେକ୍ୟୁଟିଭ୍ ସିଟ୍ ପାଇଁ ୩୫୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଜଣେ ଯାତ୍ରୀ ପୁଣିଥରେ ଉକ୍ତ ଟ୍ରେନ୍ରେ ଫେରିବାକୁ ଚାହିଁଲେ ତାଙ୍କୁ ଏସି ଚେୟାର ପାଇଁ ୧୭୯୫ ଓ ଏକଜେକ୍ୟୁଟିଭ୍ ଟିକେଟ୍ ପାଇଁ ୩୪୭୦ ଟଙ୍କା ଦେବାକୁ ପଡ଼ିବ।
ପୂର୍ବରୁ ଏହି ରାସ୍ତାରେ ଶତାବ୍ଦୀ ଏକ୍ସପ୍ରେସ୍ ଯାତାୟାତ କରୁଥିଲା। ଏହି ଟ୍ରେନ୍ର ଟିକେଟ୍ ମୂଲ୍ୟ ଯାହା ଥିଲା , ତା’ ତୁଳନାରେ ଟ୍ରେନ୍ ୧୮ର ଟିକେଟ୍ର ମୂଲ୍ୟ ୧.୫ ଗୁଣା ଅଧିକ। ଏହି ଟ୍ରେନ୍କୁ ଫେବୃଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ।
from Odisha Reporter http://bit.ly/2TJT1vE
No comments:
Post a Comment