ବାଲାକୋଟ କ୍ୟାମ୍ପରେ ଆତଙ୍କୀଙ୍କୁ ଟ୍ରେନିଂ ଦେଉଥିଲେ ପୂର୍ବତନ ପାକ୍‌ ସେନାଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ବାଲାକୋଟ କ୍ୟାମ୍ପରେ ଆତଙ୍କୀଙ୍କୁ ଟ୍ରେନିଂ ଦେଉଥିଲେ ପୂର୍ବତନ ପାକ୍‌ ସେନାଧିକାରୀ

ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପାଖତୁନୱା ପ୍ରଦେଶରେ ଥିବା କୁନହାରି ନଦୀ କୂଳରେ ହିଁ ବାଲାକୋଟ ଟେରର କ୍ୟାମ୍ପ ଅବସ୍ଥିତ। ଏହି ଅଞ୍ଚଳରେ କେବଳ ଜୈଶ ଏ ମହମ୍ମଦର ନୁହେଁ, ହିଜବୁଲ ମୁଜାହିଦ୍ଦିନର ମଧ୍ୟ ଆତଙ୍କୀ କ୍ୟାମ୍ପ ବେଧଡ଼କ ଚାଲିଥିଲା।

ବାଲାକୋଟ କ୍ୟାମ୍ପଟି ଜୈଶର ସବୁଠାରୁ ବଡ଼ କେନ୍ଦ୍ର ଥିଲା। କାରଣ ଏଠାରେ ଏକକାଳୀନ ୫୦୦ରୁ ୭୦୦ ଲୋକ ରହିବାର ବ୍ୟବସ୍ଥା ରହିଛି। ପିଓକେର ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯିବା ପରେ ଏଠାକୁ ଅଣାଯାଇଥାଏ। ଏହାପରେ ଏଠାରେ ଅନେକ ପ୍ରକାରର ସ୍ୱତନ୍ତ୍ର ତାଲିମ ମିଳେ। ଏଠାରେ ଆତଙ୍କବାଦୀ ଓ ଟ୍ରେନରମାନଙ୍କ ପାଇଁ ରହିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

କ୍ୟାମ୍ପଟି ବାଲାକୋଟ ସହର ଠାରୁ ୨୦ କିମି ଦୂରରେ ଥିବା ଏକ ପାହାଡ଼ ଉପରେ ଅବସ୍ଥିତ। ପୂର୍ବତନ ପାକ୍‌ ସେନା ଅଧିକାରୀମାନେ ଏଠାରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥାଆନ୍ତି। ଜୈଶ ମୁଖ୍ୟ ମାସୁଦ ଆଝାର ଏଠାକୁ ନିୟମିତ ଆସି ଆତଙ୍କବାଦୀଙ୍କୁ ହମ୍‌ଲା କରିବାକୁ ପ୍ରବର୍ତ୍ତାଇବା ପାଇଁ ସ୍ୱତନ୍ତ୍ର ଭାଷଣ ଦେଇଥାଏ। ଏଠାରେ ଆତଙ୍କବାଦୀମାନଙ୍କ ସ୍ୱତନ୍ତ୍ର ଭାବେ ଅସ୍ତ୍ରଶସ୍ତ୍ର ଚାଳନା ଓ ହମ୍‌ଲାର ତାଲିମ ଦିଆଯାଏ।

ବିଶେଷ କରି ଆତ୍ମଘାତୀ ଆକ୍ରମଣ ସହ ଆଇଇଡି ବିସ୍ଫୋରଣ କେମିତି କରାଯିବ, ସେକଥା ଏଠାରେ ଆତଙ୍କବାଦୀଙ୍କୁ ତାଲିମ୍‌ ଦିଆଯାଏ।

ଫେବୃଆରୀ ୧୪ରେ ସୁରକ୍ଷାକର୍ମୀଙ୍କ କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣକୁ କାର୍ଯ୍ୟକାରୀ କରିଥିବା ଆଦିଲ ଅହମ୍ମଦ ଦାର ଏହି ସ୍ଥାନରୁ ଟ୍ରେନିଂ ପାଇଥିବା କୁହାଯାଉଛି।



from Odisha Reporter https://ift.tt/2GZb11P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages