ଅର୍‌ବାଜ୍‌, ମଲାଇକାଙ୍କ ପୁଅ ନେଲେ ଏମିତି ବଡ଼ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଅର୍‌ବାଜ୍‌, ମଲାଇକାଙ୍କ ପୁଅ ନେଲେ ଏମିତି ବଡ଼ ନିଷ୍ପତ୍ତି

arhan1

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ନିଜଠୁ ବାର ବର୍ଷର ସାନ ଅଭିନେତା ଅର୍ଜୁନ୍‌ କପୁର୍‌ଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଏକାଟି ବୁଲୁଛନ୍ତି, ପାର୍ଟି କରୁଛନ୍ତି ଓ ଛୁଟି ମଧ୍ୟ କାଟୁଛନ୍ତି। ସେପଟେ ଅରବାଜ୍‌ ଖାନ୍‌ ନିଜର ଗାର୍ଲଫ୍ରେଣ୍ଡ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ଲିଭ ଇନ୍‌ରେ ଅଛନ୍ତି। ଖୁବ୍‌ ଶୀଘ୍ର ଅରବାଜ୍‌ ଜର୍ଜିୟାଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଏମିତିରେ ଅରବାଜ୍‌ ଓ ମଲ୍ଲାଇକାଙ୍କର ପୁଅ ଅରହାନ୍‌ ନିଜ ରାସ୍ତା ବାଛି ନେଇଛନ୍ତି।

ବାପା ମାଆ ନିଜର ଆଫେଆର୍‌କୁ ନେଇ ବ୍ୟସ୍ତ ଥିବାବେଳେ ୧୬ ବର୍ଷର ଅର୍‌ହାନ୍‌ ନିଜ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବକ ଅରହାନ୍‌ ବଲିଉଡ୍‌ରେ କ୍ୟାରିଅର୍‌ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ହିରୋ ଭାବେ ନୁହେଁ । ସେ ନିର୍ଦ୍ଦେଶନା କ୍ଷେତ୍ରରେ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ସେ କାମ ଆରମ୍ଭ ମଧ୍ୟ କରିଦେଇଛନ୍ତି।

ସେ ସଲମାନ୍‌ ଖାନ୍‌ ଷ୍ଟାରର୍‌ ମୁଭି ‘ଦବଙ୍ଗ-୩’ରେ କାମ କରିବାକୁ ଯାଉଛନ୍ତି। ସେଥିରେ ସେ ପ୍ରଭୁଦେବାଙ୍କୁ ଆସିଷ୍ଟ କରିବେ। ଏତେ କମ୍‌ ବୟସରେ ଏକ ବିଗ୍‌ ବଜେଟ୍‌ ଫିଲ୍ମ ପୁଣି ପ୍ରଭୁଦେବାଙ୍କ ପରି ନିର୍ଦ୍ଦେଶକଙ୍କ ସହ କ୍ୟାରିଅର୍‌ ଆରମ୍ଭ କରୁଥିବାରୁ ଉଭୟ ଅରବାଜ୍‌ ଖାନ୍‌ ଓ ମଲ୍ଲାଇକା ଅରୋରା ଖୁବ୍‌ ଖୁସି ଅଛନ୍ତି।
‘ଦବଙ୍ଗ-୩’ର ଶୁଟିଂ ଅନେକ ଦିନ ହେବ ଅଟକି ରହିଥିଲା। ଏବେ ସଲ୍‌ମାନ୍‌ଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ପରେ ଶୁଟିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆ ଯାଇଛି।
ସୂଚନା ଅନୁଯାୟୀ ଏପ୍ରିଲ୍‌ରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ।



from Odisha Reporter http://bit.ly/2S2B0Y4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages