ଯବାନଙ୍କ ବଳିଦାନର ପ୍ରତିଶୋଧ ନେବାକୁ ପଣ କଲା ସିଆରପିଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଯବାନଙ୍କ ବଳିଦାନର ପ୍ରତିଶୋଧ ନେବାକୁ ପଣ କଲା ସିଆରପିଏଫ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମ୍‌ଲାକୁ ନେଇ ସାରା ଦେଶରେ କ୍ରୋଧ ସୃଷ୍ଟି ହୋଇଛି। ସମସ୍ତେ ଏହି ଆତଙ୍କବାଦୀ ହମ୍‌ଲାର ବଦଲା ନେବାକୁ ଦାବି କରୁଛନ୍ତି। ଯେତିକି ରାଗ ଦେଶର ଲୋକଙ୍କ ମଧ୍ୟରେ ରହିଛି ତା’ଠାରୁ ଅଧିକ ରାଗ ଓ ପ୍ରତିଶୋଧ ନେବାର ଝୁଙ୍କ ସେନା ବାହିନୀ ମଧ୍ୟରେ ସୃଷ୍ଟି ହୋଇଛି।

ଏଭଳି ସ୍ଥିତିରେ ସିଆରପିଏଫ୍‌ ପକ୍ଷରୁ ଦେଶବାସୀଙ୍କ ପାଇଁ ଏକ ଟ୍ୱିଟ ଜାରି କରାଯାଇଛି। ଗୁରୁବାର ୪୦ ସିଆରପିଏଫ୍‌ ଯବାନ ହିଁ ସହିଦ ହୋଇଥିଲେ। ତେଣୁ ଏଭଳି ଜଘନ୍ୟ କାଣ୍ଡର ବଦଲା ନିଶ୍ଚିତ ନିଆଯିବ ବୋଲି ସିଆରପିଏଫ୍‌ ଟ୍ୱିଟ କରି କହିଛି।

ସିଆରପିଏଫ୍‌ ପକ୍ଷରୁ ଜାରି ଟ୍ୱିଟରେ କୁହାଯାଇଛି ଯେ “ଆମେ ଏ ଘଟଣାକୁ କେବେ ଭୁଲିବୁ ନାହିଁ କିମ୍ବା କାହାକୁ କେବେ ବି କ୍ଷମା ଦେବୁନାହିଁ। ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଆମେ ସଲାମ କରୁଛୁ। ସେମାନଙ୍କ ପରିବାର ସହ ଆମେ ଛିଡ଼ା ହୋଇଛୁ। ଏହି ଜଘନ୍ୟ କାଣ୍ଡର ବଦଲା ଅଲବତ ନିଆଯିବ।”

ଗୁରୁବାର ସହିଦ ହୋଇଥିବା ୪୦ ଯବାନଙ୍କୁ ଆଜି ଶ୍ରୀନଗର ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହାପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଯବାନଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଦିଲ୍ଲୀ ଅଣାଯିବ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଦଳୀୟ ନେତା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯବାନମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଘରକୁ ପଠାଯିବ।



from Odisha Reporter http://bit.ly/2X1KV3G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages