ରାଜକୋଷ ସାହାଣ ମେଲା: ୨୮ଟି ପୁରୁଣା ଓ ନୂଆ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ରାଜକୋଷ ସାହାଣ ମେଲା: ୨୮ଟି ପୁରୁଣା ଓ ନୂଆ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

Odisha-Secretariat,,,,0

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ରାଜକୋଷକୁ ସାହାଣ ମେଲା କରିଛନ୍ତି ରାଜ୍ୟ ସରକାର। ଆଉ ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ଘୋଷଣା କରିଥିଲେ ତାକୁ କ୍ୟାବିନେଟ ବୈଠକ ମାଧ୍ୟମରେ ଆଇନଗତ ମୋହର ଲଗାଇଛନ୍ତି। ରାଜ୍ୟ ସରକାର ଆଜି ତରବରିଆ ଭାବେ କ୍ୟାବିନେଟ ବୈଠକ ଡାକି ଏକକାଳୀନ ୨୮ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ‘ମିଶନ ଶକ୍ତି’ରେ ମହିଳାଙ୍କୁ ସ୍ମାର୍ଟ ଫୋନ୍, ବିନା ସୁଧରେ ମହିଳା ଏସଏଚଜିକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜୀବିକା ନିର୍ବାହ ଓ ମାର୍କେଟିଂ ପାଇଁ ଅର୍ଥ ବରାଦ ସହ ‘କାଳିଆ’ ଯୋଜନାରେ ଛାତ୍ରବୃତ୍ତି, ସ୍ୱାସ୍ଥ୍ୟ ବିଭାଗରେ ଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ରାତିରେ ‘ଆହାର’, ସ୍କୁଲ ଛାତ୍ରୀଙ୍କ ପାଇଁ ‘ଖୁସି’, ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ କ୍ୟାଡର ରୁଲ୍ ସଂଶୋଧନ ଆଦି ଭଳି ପୁରୁଣା ଘୋଷଣା ଉପରେ ଆବଶ୍ୟକ ଥିବା ଆଇନଗତ ମୋହର ଲଗାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଖୁସି ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ୧୭.୨୫ଲକ୍ଷ ଛାତ୍ରୀ (ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ ଓ କେନ୍ଦ୍ରୀୟ ସ୍କୁଲ)ଙ୍କୁ ପ୍ରତିମାସରେ ମାଗଣା ସାନିଟାରୀ ନାପକିନ୍ ଦିଆଯିବ। ଏଥିପାଇଁ ୫ବର୍ଷରେ ୪୬୬କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଘୋଷଣା ମୁଖ୍ୟମନ୍ତ୍ରୀ ଗତବର୍ଷ କରିଥିଲେ,ଯାହାକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଲା।

ସେହିପରି ନିର୍ବାଚନକୁ ଆଖିରେ ରଖି ଭୋଟ୍ ବ୍ୟାଙ୍କ ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବାକୁ କ୍ୟାବିନେଟ ଅନୁମତି ଦେଇଛନ୍ତି। ୬ଟି ସର୍ଭିସ କ୍ୟାଡରରେ ଥିବା ୮୧୯୫ଜଣ ଠିକା କର୍ମଚାରୀ ଉପକୃତ ହୋଇଛନ୍ତି। ଯେଉଁମାନେ ଅତିକମରେ ୬ବର୍ଷ କାମ କରିଥିବେ ସେମାନେ ନିୟମିତ ସରକାରୀ କର୍ମଚାରୀ ହେବେ। ଆଜିର ନିଷ୍ପତ୍ତିରେ ସର୍ବାଧିକ ୩୯୯୮ଜଣ ଫାଷ୍ଟ ନର୍ସ,୨୭୦୦ ଏଏନଏମ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ସେହିପରି ‘ପଶୁଧନ ନିରୀକ୍ଷକ’ ପଦବୀରେ ଏଣିକି ୪୦ ପ୍ରତିଶତ ପଦବୀ ‘ଗୋ-ମିତ୍ର’ଙ୍କ ପାଇଁ ସଂରକ୍ଷିତ ରହିବ। ହୋମିଓପ୍ୟାଥି ଡାକ୍ତର ଭାବେ ନିଯୁକ୍ତି ନିମନ୍ତେ ବୟସସୀମାକୁ ୪୦ବର୍ଷକୁ ବୃଦ୍ଧି କରାଯାଇଛି।

ସେହିପରି ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲା କ୍ୟାଡରର କର୍ମଚାରୀଙ୍କ ପାଇଁ ନୂଆ କମନ୍ କ୍ୟାଡର ରୁଲକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏଥିରେ ଅଧିକ ୭୮ଟି ନୂଆ ସିନିଅର ଏଷ୍ଟାବ୍ଲିଶମେଣ୍ଟ ଅଫିସର ପଦବୀ ସୃଷ୍ଟି ହୋଇଛି।

ଦୀର୍ଘ ବର୍ଷ ଧରି ଗ୍ରୀଡକୋ କ୍ଷତିରେ ଚାଲୁଥିଲେ ମଧ୍ୟ ରାଜ୍ୟ ସରକାର ଏହି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟି ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଗ୍ରୀଡକୋକୁ ୩ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସରକାର ଏବେ ଗ୍ରୀଡକୋ ପାଇଁ ମୋଟ ୫୪୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟର ରହିବେ।



from Odisha Reporter https://ift.tt/2E1amd0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages