ମ୍ୟାଚ୍‌ ଅଧାରୁ ଅସୁସ୍ଥ ହୋଇ ହସ୍ପିଟାଲ ଗଲେ କୁଲଟର ନାଇଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ମ୍ୟାଚ୍‌ ଅଧାରୁ ଅସୁସ୍ଥ ହୋଇ ହସ୍ପିଟାଲ ଗଲେ କୁଲଟର ନାଇଲ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ତଥା ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ ବାଶରେ ପର୍ଥ ସ୍କୋଚର୍ସ ପକ୍ଷରୁ ଖେଳୁଥିବା ନାଥନ କୁଲଟର ନାଇଲ୍‌ ମ୍ୟାଚ୍‌ ଅଧାରୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ପଡ଼ିଆ ମଝିରେ ଅସୁସ୍ଥ ହୋଇ ତଳେ ପଡ଼ି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମ୍ୟାଚ୍‌ର ୧୮ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା। ପ୍ରତିପକ୍ଷ ଆଡେଲେଡ ଷ୍ଟାଇକର୍ସକୁ ୧୮ ବଲ୍‌ରେ ୨୩ ରନ୍‌ ଦରକାର ଥିବା ବେଳେ କୁଲଟାର ନାଇଲ୍‌ ବୋଲିଂ କରିବାକୁ ଆସିଥିଲେ। ତେବେ ସେ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଅସୁସ୍ଥତା ଅନୁଭବ କରି ତଳେ ବସିପଡ଼ିଥିଲେ।

ତେବେ କିଛି ସମୟ ପରେ ସେ ବୋଲିଂ କରିବାକୁ ପୁଣି ପ୍ରସ୍ତୁତ ହୋଇଥିଲେ। ପ୍ରଥମ ବଲ୍‌ରେ ସେ ବ୍ୟାଟିଂ କରୁଥିବା ୱେଲ୍ସଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ୩ଟି ବଲ୍‌ରେ ଯଥାକ୍ରମେ ୩,୧,୧ ରନ୍‌ ଦେଇଥିଲେ। ୪ର୍ଥ ବଲ୍‌ଟି ବ୍ୟାଟ୍‌ର ଧାର ବାଜି ୪ ହୋଇଯାଇଥିଲା।

ଶେଷ ବଲ୍‌ଟି ବୋଲିଂ କରିବା ପୂର୍ବରୁ କୁଲଟାର ନାଇଲ ପୁଣି ଅସୁସ୍ଥ ହୋଇଥିଲେ। ବହୁତ କଷ୍ଟରେ ବୋଲିଂ କରିଥିବା କୁଲଟର ନାଇଲ ଶେଷ ବଲରେ ୬ ରନ୍‌ ଦେଇଥିଲେ। ଏହି ବଲ୍‌ ପରେ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କୁ ଡ୍ରେସିଂ ରୁମ୍‌କୁ ନିଆଯାଇଥିଲା। ସେଠାରେ ମଧ୍ୟ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଶେଷରେ ହସ୍ପିଟାଲ୍‌ ନିଆଯାଇଥିଲା। ଏବେ ସେ ହସ୍ପିଟାଲ୍‌ରେ ହିଁ ରହିଥିବା ଜଣାପଡ଼ିଛି।



from Odisha Reporter http://bit.ly/2GiZFpY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages