ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌: ମିଡିଆ ଏକାଦଶ ଚାମ୍ପିୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌: ମିଡିଆ ଏକାଦଶ ଚାମ୍ପିୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମିଡିଆ ଏକାଦଶ ଚାମ୍ପିୟନ୍ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ଭରା ଫାଇନାଲ୍‌ରେ ମିଡିଆ ଏକାଦଶ ପ୍ରତିପକ୍ଷ ବ୍ୟୁରୋକ୍ରାଟ୍ସ ଟିମ୍‌କୁ ମାତ୍ର ୨ ରନ୍‌ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ମିଡିଆ ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ ୬୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ବ୍ୟୁରୋକ୍ରାଟ୍ସ ୮ ୱିକେଟ୍ ହରାଇ ୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମିଡିଆ ଏକାଦଶର ୨ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା।

ମିଡିଆ ଏକାଦଶ ପକ୍ଷରୁ ମନୋଜ ମହାପାତ୍ର ୧୫ ବଲ୍‌ରେ ବିସ୍ଫୋରକ ୩୭ ରନ୍ କରିଥିଲେ। ଏହି ବିସ୍ଫୋରକ ଇନିଂସ୍‌ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। ବୋଲିଂରେ ଦଳ ପକ୍ଷରୁ ଫୈଜଲ୍ ଅଲ୍ଲୀ, ସୁକେଶ ଓ ଅବଦୁଲ ଅଜିଜ୍ ୨ଟି ଲେଖାଏ ୱିକେଟ୍ ଦଖଲ କରିଥିଲେ।

ବ୍ୟୁରୋକ୍ରାଟ୍ସ ପକ୍ଷରୁ ଡିବି ସ୍ୱାମୀ ସର୍ବାଧିକ ୧୪ ରନ୍‌ କରିଥିଲେ। ସେହିପରି ଦଳ ପକ୍ଷରୁ ରାମାସ୍ୱାମୀ ଓ ଦେବୀପ୍ରିୟ ବିଶ୍ୱାଳ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
ପୂର୍ବରୁ ପ୍ରଥମ ମ୍ୟାଚ୍ ଲିଡର୍ସ ଓ ବ୍ୟୁରୋକ୍ରାଟ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ବ୍ୟୁରୋକ୍ରାଟ୍ସ ୭ ୱିକେଟରେ ବିଜୟୀ ହୋଇଥିଲା। ଲିଡର୍ସ ଦ୍ୱାରା ଧାର୍ଯ୍ୟ ମାତ୍ର ୪୫ ରନ୍‌ର ବିଜୟ ଲକ୍ଷ୍ୟକୁ ବ୍ୟୁରୋକ୍ରାଟ୍ସ ୮.୨ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଏହି ମ୍ୟାଚରେ ବ୍ୟୁରୋକ୍ରାଟ୍ସ ଦଳର ରାଜେଶ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ଟାଟା ଷ୍ଟିଲ୍‌କୁ ପ୍ରତିପକ୍ଷ ମିଡିଆ ଏକାଦଶ ୨ ରନ୍‌ରେ ପରାସ୍ତ କରିଥିଲା। ମିଡିଆ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୭ ୱିକେଟ୍ ହରାଇ ୮୨ ରନ୍ କରିଥିଲା। ଏହାର ଜବାବରେ ଟାଟା ଷ୍ଟିଲ୍ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ ୮୦ ରନ୍ କରିପାରିଥିଲା।

ମିଡିଆ ଏକାଦଶର ଅବଦୁଲ ଅଜିଜ୍ (୧୪ ରନ୍ ଓ ୨ ୱିକେଟ୍)ଙ୍କୁ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ମିଡିଆ ଏକାଦଶର ମନୋଜ ମହାପାତ୍ର (୨ ମ୍ୟାଚ୍, ୪୮ ରନ୍), ବ୍ୟୁରୋକ୍ରାଟ୍ସର ରାମାସ୍ୱାମୀ ଶ୍ରେଷ୍ଠ ବୋଲର, ଟାଟା ଷ୍ଟିଲର ସମ୍ବିତ ଦାସ ଶ୍ରେଷ୍ଠ ୱିକେଟକିପର, ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ମିଡିଆ ଏକାଦଶର ଜଗଦୀଶ ଦାଶ ଓ ମିଡିଆ ଏକାଦଶର ସୁକେଶ ଶ୍ରେଷ୍ଠ ଫିଲ୍ଡର ଭାବେ ପୁରସ୍କୃତ ହୋଇଥିଲେ।



from Odisha Reporter http://bit.ly/2HXpzku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages