ସଞ୍ଜୟ ଭଣ୍ଡାରୀ ଓ ଭଦ୍ରାଙ୍କ ସମ୍ପର୍କର ପ୍ରମାଣ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ସଞ୍ଜୟ ଭଣ୍ଡାରୀ ଓ ଭଦ୍ରାଙ୍କ ସମ୍ପର୍କର ପ୍ରମାଣ ମିଳିଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଭଦ୍ରା ଓ ଆର୍ମସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ମଧ୍ୟରେ ଥିବା ସମ୍ପର୍କର ସୁରାକ ଆୟକର ବିଭାଗ ତଦନ୍ତରୁ ଜାଣିବାକୁ ପାଇଛି।

ଭଦ୍ରାଙ୍କ ୨୦୧୨ ଫ୍ରାନ୍ସ ଟ୍ରିପ୍‌ ପାଇଁ ଶ୍ରୀ ଭଣ୍ଡାରୀ ହିଁ ଟିକେଟ୍‌ ବୁକିଂ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ତଥ୍ୟ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶ୍ରୀ ଭଦ୍ରାଙ୍କୁ ଏହି ପ୍ରସଙ୍ଗରେ ଜେରା କରିଛି। ଚାରିଦିନ ମଧ୍ୟରେ ତୃତୀୟ ଥର ପାଇଁ ବିଦେଶରେ ବେଆଇନ୍‌ ସମ୍ପତ୍ତି ଠୁଳ କରିବା ମାମଲାରେ ଇଡି ଜେରାର ସମ୍ମୁଖୀନ ହୋଇଥିବା ଶ୍ରୀ ଭଦ୍ରା ଆଜି ୧୦.୪୫ରେ ଇଡି ଅଫିସରେ ପହଞ୍ଚିଥିଲେ।

୧୦.୫୦ରୁ ଇଡି ତାଙ୍କୁ ଜେରା କରିବା ଆରମ୍ଭ କରିଥିଲା। ଆଜି ଇଡି ତାଙ୍କୁ ବିଦେଶ ବଦଳରେ ଦେଶରେ ଥିବା ତାଙ୍କ ସମ୍ପତ୍ତିଗୁଡ଼ିକ ବିଷୟରେ ପ୍ରଶ୍ନ କରିଥିଲା। ଇଡିର ଅଧିକାରୀମାନେ ତାଙ୍କର ଫ୍ରାନ୍ସ ଟ୍ରିପ୍‌ ପାଇଁ କାହିଁକି ଭଣ୍ଡାରୀ ଟିକେଟ୍‌ ବୁକ୍‌ କରିଥିଲେ ବୋଲି ପ୍ରଶ୍ନ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଇଡି ଅଧିକାରୀମାନେ କହିଥିଲେ, “ଆପଣ ସଞ୍ଜୟ ଭଣ୍ଡାରୀଙ୍କୁ ଚିହ୍ନି ନାହାନ୍ତି ବୋଲି କହିଥିଲେ। ହେଲେ ଏବେ ସେ ଆପଣଙ୍କ ପାଇଁ ଫ୍ରାନ୍ସ ଟିକେଟ୍‌ ବୁକିଂ କରିଥିବା ସାମ୍ନାକୁ ଆସିଛି। ଆପଣ କ’ଣ ସଞ୍ଜୟ ଭଣ୍ଡାରୀଙ୍କୁ ଫ୍ରାନ୍ସକୁ ଯିବାପାଇଁ ଟିକେଟ୍‌ ବୁକିଂ କରିବାକୁ କହିଥିଲେ?” ଏହାର ଜବାବରେ ଭଦ୍ରା କହିଥିଲେ “ଏ ପ୍ରସଙ୍ଗକୁ ବହୁତ ଦିନ ବିତି ଗଲାଣି। ମୋର ମନେନାହିଁ।”

ଏହାପରେ ଇଡି ପକ୍ଷରୁ ଏକ ଦସ୍ତାବିଜ ତାଙ୍କୁ ଦିଆଯାଇଥିଲା। ଯେଉଁଥିରେ ସଞ୍ଜୟ ଭଣ୍ଡାରୀ ଶ୍ରୀ ଭଦ୍ରାଙ୍କ ପାଇଁ ଫ୍ରାନ୍ସ ଯିବା ଆସିବାର ଟିକେଟ୍‌ ବୁକିଂ କରିଥିବାର ତଥ୍ୟ ରହିଥିଲା। ୨୦୧୨ରେ ଏହି ଟିକେଟ୍‌ ବୁକ୍‌ ହୋଇଥିଲା। ଏହି ଦସ୍ତାବିଜରେ ଥିବା ତଥ୍ୟ ଆୟକର ବିଭାଗ ସଞ୍ଜୟ ଭଣ୍ଡାରୀଙ୍କୁ ୨୦୧୬ ଏପ୍ରିଲ ୩୦ରେ ଜେରା କରିବା ସମୟରେ ଜାଣିବାକୁ ପାଇଥିଲା।

ଏହି ଜେରା ସମୟରେ ଶ୍ରୀ ଭଣ୍ଡାରୀ ସ୍ପଷ୍ଟ ଭାବେ କହିଥିଲେ ଯେ “ଫ୍ରାନ୍ସ ଟିକେଟ୍‌ ମୁଁ ଶ୍ରୀ ଭଦ୍ରାଙ୍କ କହିବା ଅନୁସାରେ ବୁକ୍‌ କରିଥିଲି। ମୁଁ ଆପଣଙ୍କୁ ସହଯୋଗ କରୁଥିବାରୁ ଆପଣ ମୋ ନାଁରେ କୌଣସି ପ୍ରକାରର ମାମଲା ରୁଜୁ କରନ୍ତୁ ନାହିଁ।”

ଶ୍ରୀ ଭଦ୍ରା ଲଣ୍ଡନରେ ୧୨ ମିଲିୟନ୍‌ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ଶ୍ରୀ ଭଣ୍ଡାରୀଙ୍କ ସହାୟତାରେ କିଣିଛନ୍ତି। ଏଥିପାଇଁ ଶ୍ରୀ ଭଣ୍ଡାରୀଙ୍କୁ ୨୦୦୯ରେ ପ୍ରଟ୍ରୋଲିୟମ ଡିଲ୍‌ ଓ ୨୦୧୦ରେ ଆର୍ମସ ଡିଲ୍‌ରେ କିକ୍‌ ବ୍ୟାକ୍‌ ମିଳିଥିଲା ବୋଲି ଇଡି ଜାଣିବାକୁ ପାଇଛି। ଏବେ ଇଡି ଏହି ସମ୍ପର୍କକୁ ଉପଯୁକ୍ତ ଏବଂ ବଳିଷ୍ଠ ତଥ୍ୟ ସହ ଉପସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ସଞ୍ଜୟ ଭଣ୍ଡାରୀ ହେଉଛନ୍ତି ଜଣେ ଆର୍ମସ ଡିଲର। ତାଙ୍କ ନାଁରେ କଳାଧନ ଠୁଳ କରିବା ମାମଲା ରହିଛି। ଏବେ ଏହି ମାମଲାର ଯାଞ୍ଚ ଚାଲିଛି। ଏହି ମାମଲାର ଯାଞ୍ଚ ବେଳେ ଗାନ୍ଧି ପରିବାରର ଜ୍ୱାଇଁ ଭଦ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା।

ଏହି କାରଣରୁ ଇଡି ଶ୍ରୀ ଭଦ୍ରାଙ୍କୁ ମଧ୍ୟ ସଞ୍ଜୟ ଭଣ୍ଡାରୀଙ୍କ ସହ ଥିବା ସମ୍ପର୍କ ବିଷୟରେ ପଚରାଉଚରା କରୁଛି। ଯଦି ସଞ୍ଜୟ ଭଣ୍ଡାରୀଙ୍କ ସହ ସମ୍ପର୍କ ଥିବାର ଅକାଟ୍ୟ ପ୍ରମାଣ ମିଳିବ, ତା’ହେଲେ ଭଦ୍ରାଙ୍କ ସମସ୍ୟା ଆହୁରି ବଢ଼ିବ।



from Odisha Reporter http://bit.ly/2RQt4cf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages