ଧଉଳି-କଳିଙ୍ଗ ମହୋତ୍ସବ: ଶାସ୍ତ୍ରୀୟ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଧଉଳି-କଳିଙ୍ଗ ମହୋତ୍ସବ: ଶାସ୍ତ୍ରୀୟ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର/ଧଉଳି( ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶ ବାଦ୍ୟଯନ୍ତ୍ର, ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଯନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପ୍ରସ୍ତୁତ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ। ତାଙ୍କର ପ୍ରସ୍ତୁତିରେ ଥିଲା ଓଡ଼ିଶାର ଖ୍ୟାତନାମା ସଙ୍ଗୀତକାର ତଥା ଗାୟକ ଗୁରୁ ରାମହରି ଦାସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କିଛି ସ୍ୱନାମଧନ୍ୟ ସଙ୍ଗୀତର ସମାରୋହ। ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯନ୍ତ୍ର ସଙ୍ଗୀତକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ‘ସୃଜନ’ର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ଓଡ଼ିଶୀ ନୃତ୍ୟ ଆଧାରରେ ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ କିରୁବାଣୀ ମାଧୁରିମା। ରାଗ କିରୁବାଣୀ ଉପରେ ଆଧାରିତ ଥିଲା ତାଙ୍କର ଏହି ପରିବେଷଣ। ପରେ ପରେ ପ୍ରସ୍ତୁତ ହୋଇଥିଲା ଅର୍ଦ୍ଧନାରୀଶ୍ଵର। ମହାଦେବଙ୍କର ଅର୍ଦ୍ଧନାରୀଶ୍ଵର ଉପାଖ୍ୟାନକୁ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ୍‍। ନୃତ୍ୟ ରଚନା କରିଥିଲେ ନିତ୍ୟାନନ୍ଦ ମିଶ୍ର ଏବଂ ନୃତ୍ୟାଭିନୟର ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର। ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା।

କାର୍ଯ୍ୟକ୍ରମ ଶେଷରେ ମଣିପୁର ଇମ୍ଫାଲରୁ ଆସିଥିବା ରାଜେନ ମଙ୍ଗଙ୍ଗ ଓ ସାଥୀମାନଙ୍କ ଦ୍ୱାରା ସମରକଳା ନୃତ୍ୟ ଥାଙ୍ଗ-ଥା ପରିବେଷଣ ଯାହା ଦର୍ଶକମାନଙ୍କୁ ଚକିତ କରିଥିଲା।

ସଂଧ୍ୟାର ଅତିଥିମାନେ ଥିଲେ ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ; ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ସମାଜସେବୀ ଶାଶ୍ୱତୀ ବଳ ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଡ. ଶ୍ରୀନିବାସ ଘଟୁଆରୀ।



from Odisha Reporter http://bit.ly/2Brdf6g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages