ଓଡିଶାକୁ ତଳିତଳାନ୍ତ କରିବାରେ କଂଗ୍ରେସର ବଡ଼ ଭୂମିକା ରହିଛି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଓଡିଶାକୁ ତଳିତଳାନ୍ତ କରିବାରେ କଂଗ୍ରେସର ବଡ଼ ଭୂମିକା ରହିଛି: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାହୁଲ ଗାନ୍ଧୀଙ୍କ ପରିବାରର ୪ ପିଢ଼ି ରିମୋଟରେ ଦେଶକୁ ୫୫ ବର୍ଷ ଧରି ଶାସନ କଲେ । ଦେଶକୁ ଚରମ ଦୂରାବସ୍ଥାରେ ପହଁଚାଇବାର ପ୍ରମୁଖ ଅଭିଯୁକ୍ତମାନେ ହେଲେ କଂଗ୍ରେସ ଦଳର ନେତୃତ୍ୱ। ଓଡିଶା ଭଳି ରାଜ୍ୟକୁ ତଳିତଳାନ୍ତ କରିବାରେ କଂଗ୍ରେସର ବଡ଼ ଭୂମିକା ରହିଛି। କୁମ୍ଭୀର କାନ୍ଦଣା କାନ୍ଦୁଥିବା କଂଗ୍ରେସ ଦଳ ମିଛ ପ୍ରତିଶ୍ରୁତି ଦେବାରେ ମାହିର। ” ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ପ୍ରତିକ୍ରିୟା ରଖି ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦି ଫମ୍ପା ଭାଷଣ ଦେଇନାହାନ୍ତି, ନିଜ ଦାୟିତ୍ୱକୁ କରି ଦେଖାଇଛନ୍ତି। ଗତ ୫ ବର୍ଷରେ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷରୁ ଅଧିକ ଘର ଦିଆଯାଇଛି। କିନ୍ତୁ ଯେଉଁମାନେ ୨୦୧୪ରେ ଗରିବଙ୍କ ଲୋକଙ୍କ ପାଇଁ ଘର ବନେଇବାକୁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଜି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ତାଙ୍କ ପାଖରେ ସମୟ, ପଇସା ଅଛି ଶିଳ୍ପପତି ନିରବ ମୋଦିଙ୍କୁ ଜାଗା ଦେବା ପାଇଁ ମାତ୍ର ଗରିବ ଲୋକଙ୍କୁ ଜାଗା ଦେଉନାହାନ୍ତି।

ଶ୍ରୀ ପ୍ରଧାନ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ୬ ହଜାର ଟଙ୍କା ଆସିବା କଣ ରାଜ୍ୟ ସରକାର ଚାହୁଁନାହାନ୍ତି। ସେ କାଳିଆ ଯୋଜନାରେ ତାଙ୍କ ମନ୍ତ୍ରୀ ବିଧାୟକଙ୍କ ନାଁରେ ଟଙ୍କା ଦେବା ଠିକ୍ କିନ୍ତୁ ଯଦି ନରେନ୍ଦ୍ର ମୋଦି ଓଡିଶାର ଲକ୍ଷାଧିକ ଗରିବଙ୍କୁ ସିଧାସିଧା ବ୍ୟାଙ୍କ ଖାତାରେ ଟଙ୍କା ପଠାଉଛନ୍ତି ତା ହେଲେ ସେ କଣ ତାଙ୍କୁ ଦଲାଲି ପାଇଁ ପଚାରିଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ନିଷ୍ଠା ଥିଲେ କାଳବିଳମ୍ବ ନକରି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚାଷୀ ତାଲିକା ପଠାନ୍ତୁ। ନାଟକ ନକରି କେନ୍ଦ୍ରର ସହଯୋଗୀ ହୁଅନ୍ତୁ। ଦଲାଲଙ୍କ ମାଧ୍ୟମରେ ନୁହେଁ ବରଂ ଆମେ ନରେନ୍ଦ୍ର ମୋଦିଙ୍କ ପଇସା ସିଧାସିଧା ଚାଷୀଙ୍କୁ ଦେବାକୁ ଚାହୁଁ ବୋଲି ସେ କହିଛନ୍ତି ।



from Odisha Reporter http://bit.ly/2MY5Z6v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages