‘ଆଇ ଲଭ ୟୁ’! ସହିଦ ସ୍ୱାମୀଙ୍କୁ ପତ୍ନୀଙ୍କ ଶେଷ ସଲାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

‘ଆଇ ଲଭ ୟୁ’! ସହିଦ ସ୍ୱାମୀଙ୍କୁ ପତ୍ନୀଙ୍କ ଶେଷ ସଲାମ

ଡେରାଡୁନ୍‌: ‘ଆଇ ଲଭ ୟୁ’। ମୁଁ ତୁମ ପାଇଁ ଗର୍ବିତ। ମୁଁ ତୁମକୁ ବହୁତ ଭଲ ପାଏ।” ଏହା କୌଣସି ଫିଲ୍ମର ସଂଳାପ ନୁହେଁ। ବରଂ କଫିନରେ ଶୋଇଥିବା ସହିଦ ସ୍ୱାମୀଙ୍କ ପାଇଁ ଏହା ଥିଲା ପଥର ପାଲଟି ଯାଇଥିବା ଜଣେ ପତ୍ନୀଙ୍କ ଶେଷ ଶବ୍ଦ।

ଏଭଳି ଏକ ହୃଦୟକୁ ତରଳାଇ ଦେବା ଭଳି ଘଟଣା ଡେରାଡୁନ୍‌ରେ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ମେଜର ବିଭୂତି ଶଙ୍କର ଡୌଣ୍ଡିଆଲଙ୍କ ଅନ୍ତିମ ବିଦାୟ ବେଳେ ଏହି ଆବେଗପୂର୍ଣ୍ଣ ମୁହୂର୍ତ୍ତ ସମସ୍ତଙ୍କୁ ଦୋହଲାଇ ଦେଇଥିଲା।

ସ୍ୱାମୀଙ୍କୁ ହରାଇଥିବା ପତ୍ନୀ ନିକିତା କଫିନରେ ଶୋଇଥିବା ସହିହ ମେଜର ବିଭୂତିଙ୍କୁ ଦେଖିବା ପରେ ଏକ ପ୍ରକାରର ପଥର ପାଲଟି ଯାଇଥିଲେ। ସ୍ୱାମୀ ଦେଶ ପାଇଁ ବଳିଦାନ ଦେଇଥିବାରୁ ସେ ଗର୍ବ ଅନୁଭବ କରିଥିଲେ।

ଏଥିପାଇଁ ବୋଧେ ସେ କାନ୍ଦିବା ବଦଳରେ ସ୍ୱାମୀଙ୍କୁ କେବଳ ପ୍ରେମ ନିବେଦନ କରି ଶେଷ ସଲାମ ଦେଇଥିଲେ। ତଥାପି ମଝିରେ ମଝିରେ ତାଙ୍କ ଆଖି ଜକେଇ ଆସୁଥାଏ। ଏଭଳି ପରିସ୍ଥିତି ଦେଖି ଆଖପାଖରେ ଥିବା ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସି ଯାଇଥିଲା। ହେଲେ ନିକିତା ନ କାନ୍ଦିବା ପାଇଁ ସମସ୍ତଙ୍କୁ ବୁଝାଇଥିଲେ।

ମାତ୍ର ୧୧ ମାସ ତଳେ ପ୍ରେମ ବିବାହ କରିଥିଲେ ୩୪ ବର୍ଷୀୟ ସହିଦ ମେଜର ବିଭୂତି ଶଙ୍କର ଡୌଣ୍ଡିଆଲ। ୨୭ ବର୍ଷୀୟ କଶ୍ମୀରର ନିକିତା କୌଲ ଓ ବିଭୂତି ଗତବର୍ଷ ଏପ୍ରିଲ ୧୮ରେ ହାତକୁ ଦି’ ହାତ ହୋଇଥିଲେ। ନିଜର ବିବାହର ପ୍ରଥମ ବାର୍ଷିକ ପାଳନ କରିବା ପାଇଁ ମେଜର ବିଭୂତି ଯୋଜନା କରୁଥିଲେ। ଏଥିପାଇଁ ଏପ୍ରିଲ ପ୍ରଥମ ସପ୍ତାହରୁ ସେ ଛୁଟି ନେବେ ବୋଲି ମଧ୍ୟ ଘରେ କହିଥିଲେ।

ହେଲେ ଏ ସୌଭାଗ୍ୟ ବୋଧେ ତାଙ୍କ ଭାଗ୍ୟରେ ଲେଖା ନଥିଲା। ଆତଙ୍କବାଦୀଙ୍କ ମୁକାବିଲା କରି ସେ ସୋମବାର ସହିଦ ହୋଇଯାଇଥିଲେ। ଏ ଖବର ଶୁଣିବା ପରେ ଦିଲ୍ଲୀର ଏକ ମଲଟି ନ୍ୟାଶନାଲ କମ୍ପାନୀରେ କାମ କରୁଥିବା ନିକିତାଙ୍କ ପାଦ ତଳୁ ସତେ ଯେମିତି ମାଟି ଖସି ଯାଇଥିଲା। ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ସ୍ୱାମୀଙ୍କୁ ହରାଇବା ଭଳି ଦୁର୍ଭାଗ୍ୟ ବୋଧେ ନିକିତାଙ୍କ କପାଳ ଲିଖନଥିଲା। ସେ ଏହି ଖବର ପାଇବା ପରେ ତୁରନ୍ତ ଶାଶୂଘର ଡେରାଡୁନ୍‌ ଚାଲି ଆସିଥିଲେ।

ଆଉ ମେଜର ବିଭୂତିଙ୍କ ପାର୍ଥିବ ଶରୀର ଆଜି ଯେତେବେଳେ ଡେରାଡୁନ୍‌ରେ ପହଞ୍ଚିଲା, ସମଗ୍ର ସହର ସତେ ଯେମିତି ଦୁଃଖରେ ଭାଙ୍ଗି ପଡ଼ିଥିଲା। ସମସ୍ତେ ଗର୍ବର ସହ ଜୟ ହିନ୍ଦ କହୁଥିଲେ ହେଁ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସୁଥିଲା।

ଶେଷ ଦର୍ଶନ ପାଇଁ ନିକିତା ଯେତେବେଳେ ମେଜର ବିଭୂତିଙ୍କ ପାର୍ଥିବ ଶରୀର ନିକଟରେ ପହଞ୍ଚିଥିଲେ, ସେତେବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିକିତା କେବଳ କଫିନ ମଧ୍ୟରେ ଚିରନିଦ୍ରାରେ ଦେଶ ପାଇଁ ବଳିଦାନ ଦେଇ ଶୋଇଯାଇଥିବା ମେଜର ବିଭୂତିଙ୍କୁ ଦେଖିଥିଲେ।

ଏହାପରେ ତାଙ୍କ ମୁଣ୍ଡକୁ ଆଉଁସିବା ସହ କଫିନ୍‌କୁ ଚୁମ୍ବନ ଦେଇ ‘ଆଇ ଲଭ ୟୁ’ ବୋଲି କହିଥିଲେ। ଏହାପରେ ପୁଣିଥରେ କଫିନକୁ ଚାହିଁଥିଲେ। ଯେତେବେଳେ ଶେଷ ଯାତ୍ରାରେ ମେଜର ବିଭୂତିଙ୍କ ପାର୍ଥିକ ଶରୀର ବାହାରିଥିଲା। ନିକିତା ଜୟ ହିନ୍ଦ କହି ତାଙ୍କୁ ସାଲ୍ୟୁଟ କରିଥିଲେ।

ବିଭୂତିଙ୍କ ଘର ଡେରାଡୁନର ଡଙ୍ଗୱଲରେ ହୋଇଥିବା ବେଳେ ସେ ୨୦୧୧ରେ ଆର୍ମିରେ ଯୋଗଦେଇଥିଲେ। ନିକିତାଙ୍କ ବ୍ୟତୀତ ବିଭୂତି ତାଙ୍କ ଜେଜେମା’, ମା’ ଓ ୩ ଉଭଣୀଙ୍କୁ ମଧ୍ୟ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି।

ଭିଡିଓ ସୌଜନ୍ୟ ଏଏନ୍‌ଆଇ



from Odisha Reporter http://bit.ly/2DQUHgm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages