
ନୂଆଦିଲ୍ଲୀ: ପୁଲୱାମା ହମ୍ଲା ପରେ ପାକିସ୍ତାନ ଉପରେ ସବୁମତେ ପ୍ରତିଶୋଧ ନେବାକୁ ପଣ କରିଛନ୍ତି ଭାରତ ସରକାର। ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ସରକାର ପ୍ରଥମେ ଇସ୍ଲାମାବାଦ୍କୁ ନୂଆଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍ ନେଶନ’ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ। ଏବେ ପାକିସ୍ତାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ତତ୍କାଳ ଲାଗୁ କରିଛନ୍ତି।
ଆଜି ସନ୍ଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ ଭାରତ ସରକାର ପୁଲୱାମା ହମ୍ଲା ପରେ ପ୍ରଥମେ ପାକିସ୍ତାନ ଠାରୁ ମୋଷ୍ଟ ଫେଭରଡ୍ ନେଶନ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏବେ ଭାରତ ସରକାର ପାକିସ୍ତାନରୁ ଏଠାକୁ ଆସୁଥିବା ସମସ୍ତ ଦ୍ରବ୍ୟ ଉପରେ ମୂଳ ସୀମା ଶୁଳ୍କକୁ ୨୦୦% ବୃଦ୍ଧି କରିଛନ୍ତି। ଏହା ଏବେଠାରୁ ହିଁ ଲାଗୁ ହେବ।”
ଏବେ ଭାରତ ସରକାର ମୋଷ୍ଟ ଫେଭରଡ ନେଶନ ମାନ୍ୟତା ପ୍ରତ୍ୟାହାର ଓ ସୀମା ଶୁଳ୍କ ବୃଦ୍ଧି କରିଥିବାରୁ ପାକିସ୍ତାନ ଆର୍ଥିକ ସ୍ତରରେ ଦୁର୍ବଳ ହୋଇଯିବ। କାରଣ ପୂର୍ବରୁ ପାକିସ୍ତାନ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ଷକୁ ୨ ବିଲିୟନ ଡଲାର ମୂଲ୍ୟର କାରବାର ହୁଏ। ଭାରତ କଟନ୍, ଡାଇ ପାଇଁ ବ୍ୟବହୃତ ରଙ୍ଗ, କେମିକାଲ, ଲୁହା ଓ ଇସ୍ପାତ ଏବଂ ପନିପରିବା ପାକିସ୍ତାନକୁ ରପ୍ତାନି କରୁଥିବା ବେଳେ ପାକିସ୍ତାନରୁ ଫଳ, ସିମେଣ୍ଟ, ଚମଡ଼ା ସାମଗ୍ରୀ ଓ ମସଲା ଆଣିଥାଏ। ଏବେ ସୀମା ଶ୍ଳୁକ ବଢ଼ିଥିବାରୁ ଏହି କାରବାର ଗୁରୁତର ଭାବେ ପ୍ରଭାବିତ ହେବା ସୁନିଶ୍ଚିତ।
from Odisha Reporter http://bit.ly/2GsaTIB
No comments:
Post a Comment