ଦେଶ ଶାସନର ପାଠ ପଢ଼ାଇଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଦେଶ ଶାସନର ପାଠ ପଢ଼ାଇଲେ ମମତା

କୋଲକତା: ସିବିଆଇ-ରାଜୀବ-ମମତା ବିବାଦ ବାବଦରେ ସୁପ୍ରିମ୍‌କୋର୍ଟ ରାୟକୁ ସ୍ୱାଗତ କରିବା ସହିତ ମୋଦି ସରକାରଙ୍କ ଶାସନ ତରିକାକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଦେଶ ବନ୍ଧୁକ କିମ୍ବା ଗୌରକ୍ଷକଙ୍କ ଦ୍ୱାରା ଚାଲେନି। ଗତ ତିନି ଦିନ ଧରି ସିବିଆଇ ବିରୋଧରେ କୋଲକତାର ଏସ୍‌ପ୍ଲାନେଡ୍‌ଠାରେ ଧାରଣାରେ ବସିଥିବା ମମତା ଏହି ରାୟକୁ ତାଙ୍କର ନୈତିକ ବିଜୟ ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ମୁଁ ଭାବୁଛି ଏହା ମୋର ନୈତିକ ବିଜୟ। ଆମର ନ୍ୟାୟିକ ବ୍ୟବସ୍ଥା ପ୍ରତି ସମ୍ମାନ ରହିଛି। ରାଜୀବ କୁମାର କେବେ ମଧ୍ୟ କହିନଥିଲେ ସେ ଉପଲବ୍ଧ ନାହାନ୍ତି ବୋଲି।”

ରବିବାର ସନ୍ଧ୍ୟାରେ ସିବିଆଇ ଅଧିକାରୀମାନେ ରାଜୀବଙ୍କୁ ଗିରଫ କରିବାପାଇଁ ତାଙ୍କ ବାସଭବନକୁ ଯାଇଥିଲେ ବୋଲି ଦାବି କରି ସେ କହିଥିଲେ, “କୋର୍ଟ କହିଛନ୍ତି ଗିରଫ କରାଯାପାରିବନି। ଆମେ ଏହି ନିର୍ଦ୍ଦେଶ ପାଇଁ କୃତଜ୍ଞ। ଆମେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ନାହୁଁ। ସେମାନେ ବି ଆମର ଭାଇ ଭଉଣୀ, କିନ୍ତୁ ସେମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି।”

ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପ୍ରତି ଅନ୍ୟ ବିରୋଧୀ ଦଳଙ୍କ ସମର୍ଥନ ମଧ୍ୟ ରହିଛି। ଚନ୍ଦ୍ରବାବୁ ନାଇଡ଼ୁ ଆଜି ଧାରଣାସ୍ଥଳରେ ପହଞ୍ଚିବେ। ମମତା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏକୁଟିଆ ନୁହେଁ। ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମଧ୍ୟ ଆଲୋଚନା କରିବି। ସେ ମଧ୍ୟ ମୋତେ ସମର୍ଥନ ଦେଇଛନ୍ତି। ସେମାନଙ୍କ ସହିତ ଆଲୋଚନା କରିବା ପରେ ଯାଇ ଯାହା ଆଗାମୀ ପଦକ୍ଷେପ ବିଷୟରେ ଜଣାଇବି।

ସିବିଆଇ ତଦନ୍ତ ବାବଦରେ ସେ କହିଛନ୍ତି, “ଏହା ୬ ବର୍ଷ ପୂରୁଣା ମାମଲା ଏବଂ ସିପିଏମ୍‌ ଶାସନ ସମୟ। ଆମେ ସୁଦୀପ୍ତ ସେନ୍‌ଙ୍କୁ ଗିରଫ ମଧ୍ୟ କରିଥିଲୁ। ଆମେ ନ୍ୟାୟିକ କମିଶନ୍‌ ବସାଇ ୩୦୦ କୋଟି ଟଙ୍କା ଫେରାଇଥିଲୁ। ଆଉ ସେମାନେ ଅଭିଯୋଗ ଆଣୁଛନ୍ତି, ଏଥିପାଇଁ ଆମେ ଦାୟୀ!”



from Odisha Reporter http://bit.ly/2I5qvDJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages