ଚାରରେ ୩ ଶହ କୋଟି ବରବାଦ, ୪ଲକ୍ଷ ଚାଷୀ ହତାଶ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଚାରରେ ୩ ଶହ କୋଟି ବରବାଦ, ୪ଲକ୍ଷ ଚାଷୀ ହତାଶ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫଳତା ଓ ବିକାଶର ଗୋଲାପୀ ଚିତ୍ର ଦେଖାଇବା ନାଁରେ ନବୀନ ପଟ୍ଟନାୟକ ସରକାର ଓ ବିଜେଡି ପକ୍ଷରୁ ଶହ ଶହ କୋଟି ଟଙ୍କା ବରବାଦ୍ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଚାଷୀକୂଳକୁ ସର୍ବସ୍ୱାନ୍ତ କରିବାରେ ନିର୍ବାଚନ ଜିତିବା ପାଇଁ ବିଜେଡି ସରକାର ପକ୍ଷରୁ “କାଳିଆ” ଯୋଜନା ନାଁରେ ପ୍ରଚାର ପ୍ରସାର ଚାଲିଛି। ବାସ୍ତବରେ ରାଜ୍ୟରେ ଉଭୟ ଚାଷୀ ଓ ଉଦ୍ୟୋଗପତିମାନଙ୍କୁ କିଭଳି ପ୍ରତାରଣା କରାଯାଉଛି ତାହାର ଜ୍ଜ୍ୱଳନ୍ତ ପ୍ରମାଣ ହେଉଛି ରାଜ୍ୟ ଆଳୁ ମିଶନର ବିଫଳତା। ସରକାର କିଭଳି ରାଜ୍ୟବାସୀଙ୍କୁ ଧୋକା ଦେଇ ଚାଲିଛନ୍ତି ତା’ର ପ୍ରମାଣ ଦେଇ ସେ କହିଛନ୍ତି ଯେ, ଦଳୀୟ ନିର୍ବାଚନ ଘୋଷଣା ପତ୍ର – ୨୦୧୪ ରେ ବିଜେଡି ନିଜର ଇସ୍ତାହାର କେବଳ ଏକ ପ୍ରତିଶ୍ରୁତି ନୁହେଁ ବରଂ ଏକ ସଂକଳ୍ପ ବୋଲି କହିଥିଲା।

ଇସ୍ତାହାରରେ କୁହାଯାଇଥିଲା ଯେ, ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିବା ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ଏହାର ସୁପରିଚାଳନା କରିବା ଦିଗରେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଦେବେ। ଆଳୁ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୨୬୭ କୋଟି ଟଙ୍କାରେ ୨୦୧୫ ମସିହାରେ ରାଜ୍ୟ ଆଳୁ ମିଶନ ପ୍ରତିଷ୍ଠା କରାଗଲା। ରାଜ୍ୟରେ ଆଳୁ ଉତ୍ପାଦନ ୨ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରାଯାଇ ୧୧ ଲକ୍ଷ ମେଟ୍ରିକ୍ ଟନ୍ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା । ଆଳୁ ସଂରକ୍ଷଣ ପାଇଁ ରାଜ୍ୟରେ ୧୧୨ ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ। ଆଳୁ ବିହନ ଉତ୍ପାଦନ ବୃଦ୍ଧି କରାଯିବ ଓ ବଜାରକୁ ନିୟନ୍ତ୍ରିତ ଆଳୁ ଯୋଗାଣ ରାଜ୍ୟ ସରକାର କରିବେ। ଆଳୁ ଚାଷକୁ ମାକେର୍ଟିଂ ସହାୟତା ବୃଦ୍ଧି କରାଯିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଆଳୁ ଚାଷୀ ଓ ଶୀତଳ ଭଣ୍ଡାର ଉଦ୍ୟୋଗୀକୁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ।
ଦୁର୍ଭାଗ୍ୟର କଥା ସରକାରଙ୍କ ଉପରୋକ୍ତ ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଆଳୁ ମିଶନ ହେବା ପରେ ୧୧ ଲକ୍ଷ ମେଟ୍ରିକ୍ ଟ୍ରନ୍ ଦୂରର କଥା ପୂର୍ବରୁ ଉତ୍ପାଦିତ ହେଉଥିବା ୨ ଲକ୍ଷ ମେଟ୍ରିକ୍ ଟନ୍ରୁ କମ୍ ଆଳୁ ଏବେ ରାଜ୍ୟରେ ଉତ୍ପାଦନ ହେଉଛି। ଆଳୁ ମିଶନ ଏବେ ପୁରାପୁରି ଫେଲ ଓ ଆଳୁ ମିଶନକୁ ନେଇ ସରକାରଙ୍କ ଆଳୁ ଦୋଷ ପଦାରେ ପଡ଼ିଛି। ପିପିପି ମୋଡ୍ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ଉଦ୍ୟୋଗୀମାନେ ଆଜି ରାଜରାସ୍ତାରେ ବସିଛନ୍ତି ଏବଂ ଶୀତଳଭଣ୍ଡାର ବନ୍ଦ ହେବାକୁ ବସିଛି।

ସରକାରଙ୍କର ଚାଷୀ ଓ ଉଦ୍ୟୋଗୀମାନଙ୍କ ପ୍ରତି ସମ୍ବେଦନହୀନତାକୁ ନେଇ କଂଗ୍ରେସ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଚାଷୀଙ୍କୁ ସହାୟତା ଦେବା କ୍ରମାଗତ ପ୍ରତାରିତ କରି ଚାଲିଛନ୍ତି ବୋଲି ଦଳ କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି ଉପସ୍ଥିତ ଥିଲେ।



from Odisha Reporter https://ift.tt/2E9bEmm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages