ଆଇସିସି ପାକିସ୍ତାନକୁ ବୟକଟ୍‌ ସମ୍ପର୍କରେ ଆଲୋଚନା କରିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ଆଇସିସି ପାକିସ୍ତାନକୁ ବୟକଟ୍‌ ସମ୍ପର୍କରେ ଆଲୋଚନା କରିବନି

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବୁଧବାର ଏଠାରେ ହେବାକୁଥିବା ମୁଖ୍ୟ କାର୍ଯ୍ୟକାରୀ ବୈଠକ (ସିଇସି)ରେ ଆଗାମୀ ବିଶ୍ୱକପ୍‌ରେ ସୁରକ୍ଷାକୁ ନେଇ ଭାରତର ସନ୍ଦେହକୁ ଦୂର କରିବା ପାଇଁ ପ୍ରୟାସ କରିବ, କିନ୍ତୁ ପାକିସ୍ତାନର ସମ୍ଭାବ୍ୟ ବହିଷ୍କାର ଉପରେ ଚର୍ଚ୍ଚା କରିବ ନାହିଁ ବୋଲି ସୂଚନା ମିଳିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ରୁ ଊର୍ଦ୍ଧ୍ୱ ଯବାନ୍ ସହିଦ୍‌ ହୋଇଥିଲେ, ଯାହା ପରେ ଭାରତକୁ ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ହେବାକୁଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌କୁ ବହିଷ୍କାର କରିବା ନେଇ ପାଇଁ ଦାବି ଉଠିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍‌କୁ ପରିଚାଳନା କରୁଥିବା ପ୍ରଶାସନ କମିଟି (ସିଓଏ) ଆଇସିସିକୁ ପତ୍ର ଲେଖି ସେହି ଦେଶଗୁଡ଼ିକୁ ବହିଷ୍କାର କରିବାକୁ ଆବେଦନ କରିଥିଲା, ଯେଉଁମାନେ ଆତଙ୍କବାଦୀକୁ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି। କିନ୍ତୁ ସିଓଏ ଏହି ପତ୍ରରେ ପାକିସ୍ତାନ ନାମକୁ ଆଦୌ ଉଲ୍ଲେଖ କରିନଥିଲା। ଆଇସିସି କାର୍ଯ୍ୟକାରୀ ବୈଠକ ବୁଧବାର ଦୁବାଇରେ ହେବ, ଯେଉଁଥିରେ ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କ ଆବେଦନ ଉପରେ ଚର୍ଚ୍ଚା ହେବ।

ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବ ଆଇସିସି ବିଶ୍ୱକପ୍‌ରେ ବିସିସିଆଇ ଭାରତୀୟ ଖେଳାଳି ଓ ଅଫିସିଆଲ୍ସଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲା। ଏ ନେଇ ଆଇସିସି ପକ୍ଷରୁ ପରିଚାଳନା କରୁଥିବା ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ବିଶ୍ୱକପ୍ ପାଇଁ ହେବାକୁଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସି ବିସ୍ତୃତ ବିବରଣୀ ଦେବ। ତେବେ ଏହା କେବଳ ଭାରତ ପାଇଁ ନୁହେଁ, ବରଂ ବିଶ୍ୱକପ୍‌ରେ ଭାଗ ନେଉଥିବା ସବୁ ଦେଶ ପାଇଁ ସମାନ ହେବ। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ ସର୍ବଦା ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥାଏ। ତେଣୁ ସୁରକ୍ଷା ପାଇଁ ଭାରତକୁ ବିଶେଷ ସମସ୍ୟା ହେବ ନାହିଁ ବୋଲି ଏହି ଅଧିକାରୀ ଜଣକ କହିଛନ୍ତି। ଅଧିକାରୀ ଜଣକ ଆହୁରି କହିଛନ୍ତି, ଆଇସିସି ପାକିସ୍ତାନକୁ ବରିଷ୍କାର କରିବା ସପକ୍ଷରେ ଚର୍ଚ୍ଚା କରିବ ନାହିଁ, କାରଣ ଏହା ସମାଧାନର ବିକଳ୍ପ ନୁହେଁ। ଆଇସିସି କୌଣସି ଦେଶକୁ ଅନ୍ୟ ସଦସ୍ୟତା ବିଶିଷ୍ଟ ଦେଶ ସହ ସମ୍ପର୍କ ଭାଙ୍ଗିବାକୁ କହିବ ନାହିଁ, କାରଣ ଏହା କରିବା ଆଦୌ ଠିକ୍ ହେବ ନାହିଁ। ଏହା ଏକ କୁଟନୀତିକ ମାମଲା, ଯାହା ସରକାରୀ ସ୍ତରରେ ସମାଧାନ ହେବା ଦରକାର ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବା ନେଇ କିଛି ପୂର୍ବତନ କ୍ରିକେଟର୍ ଏକମତ ନୁହନ୍ତି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭେଟେରାନ୍ ଅଫ୍ ସ୍ପିନର୍‌ ହରଭଜନ ସିଂହ ୧୬ ଜୁନ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ବାତିଲ କରିବା ପାଇଁ ଦାବି କରିଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ଉଭୟ ଦେଶ ଯଦି ସେମିଫାଇନାଲ୍ କିମ୍ବା ଫାଇନାଲ୍‌ରେ ପରସ୍ପରକୁ ଭେଟନ୍ତି, ତାହେଲେ କ’ଣ ହେବ। ଏ ନେଇ କେହି ଚିନ୍ତା କରୁନାହାନ୍ତି। ଅନ୍ୟପକ୍ଷରେ ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକରଙ୍କ ଏହ ମାମଲାରେ ଭିନ୍ନ ମତ ଦେଇଛନ୍ତି। ଉଭୟଙ୍କ କହିବା ଅନୁଯାୟୀ, ଭାରତ ପାକିସ୍ତାନକୁ ହରାଉ, କାରଣ ୱାକଓଭର୍ ଦେବାର ଅର୍ଥ ନିଜର ଚିରପ୍ରତିଦ୍ୱନ୍ଦ୍ୱୀକୁ ୨ ପଏଣ୍ଟ ଦାନ କରିବା। ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀଙ୍କ ମତରେ, ସରକାର ଯାହା ନିଷ୍ପତ୍ତି ନେବେ, ତାହା ସେମାନେ ସ୍ୱୀକାର କରିବେ।



from Odisha Reporter https://ift.tt/2VjGlfw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages