ପୁଲୱାମା ହମ୍‌ଲାରେ ବ୍ୟବହୃତ କାର୍‌ ଚିହ୍ନଟ, ମାଲିକଙ୍କୁ ଖୋଜୁଛି ଏନ୍‌ଆଇଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ପୁଲୱାମା ହମ୍‌ଲାରେ ବ୍ୟବହୃତ କାର୍‌ ଚିହ୍ନଟ, ମାଲିକଙ୍କୁ ଖୋଜୁଛି ଏନ୍‌ଆଇଏ

ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ହମ୍‌ଲାରେ ବ୍ୟବହୃତ ଗାଡ଼ି ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥ(ଏନ୍‌ଆଇଏ) ତଥ୍ୟ ହାସଲ କରିଛି। ଏହି ଗାଡ଼ିଟି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ କ୍ୟାଡରର ବୋଲି ଏନ୍‌ଆଇଏ ହାତରେ ପ୍ରମାଣ ଲାଗିଛି। ସଜାଦ ଭଟ୍ଟ ନାମକ ଏହି ଜୈଶ କ୍ୟାଡର ଜଣଙ୍କ ଆକ୍ରମଣର ୧୦ ଦିନ ପୂର୍ବରୁ ହିଁ ମାରୁତି ଇକୋ କାର କିଣିଥିଲା। ଏହି କାରରେ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ବିସ୍ଫୋରକ ନେଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା। ଏବେ ସଜାଦକୁ ଏନ୍‌ଆଇଏ ଖୋଜୁଥିବା ବେଳେ ସେ ଫେରାର ହୋଇଯାଇଛି।

ବିସ୍ଫୋରଣରେ ବ୍ୟବହୃତ କାରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ତେବେ ଏନ୍‌ଆଇଏର ଫରେନ୍ସିକ ଟିମ୍‌ ଘଟଣା ସ୍ଥଳରୁ ଜବତ କରିଥିବା କାର୍‌ର କିଛି ଅଂଶକୁ ପରୀକ୍ଷାନୀରିକ୍ଷା କରିଥିଲା। ଏହାପରେ ବିଭିନ୍ନ ଅଟୋମୋବାଇଲ୍‌ କମ୍ପାନୀଙ୍କ ସହ ଆଲୋଚନା କରିବା ପରେ କାର୍‌ଟି ମାରୁତି ଇକୋ ବୋଲି ଜାଣିବାକୁ ପାଇଛି।

ଏହି କାର୍‌ର ଚେସିସ ନମ୍ବର ଏମ୍‌ଏ୩ଇଆରଏଲ୍‌ଏଫ୍‌୧ଏସ୍‌୦୦୧୮୩୭୩୫ ଓ ଇଞ୍ଜିନ୍‌ ନମ୍ବର ହେଉଛି ଜି୧୨ବିଏନ୍‌୧୬୪୧୪୦। ଏହି ଗାଡ଼ିଟିକୁ କମ୍ପାନୀ ପ୍ରଥମେ ୨୦୧୧ରେ ଏମ୍‌ଡି ଜାଲୀଲ ଅହମ୍ମଦ ହକିନ୍‌କୁ ବିକ୍ରି କରିଥିଲା। ସେ ଅନନ୍ତନାଗର ହେଭେନ୍‌ କଲୋନୀରେ ରହୁଥିଲେ। ୨୦୧୧ରୁ କିଣା ଯାଇଥିବା ଗାଡ଼ିଟି ପ୍ରାୟ ୭ଥର ବିକ୍ରି ହୋଇଥିଲା। ଶେଷରେ ଏହା ଅନନ୍ତନାଗ ଜିଲ୍ଲା ବିଜ୍‌ବେହାରରେ ରହୁଥିବା ଏମ୍‌ଡି ମକବୁଲ ଭଟଙ୍କ ପୁଅ ସଜାଦ ଭଟ ପାଖକୁ ଯାଇଥିଲା।

ସେ ଏହି ଗାଡ଼ିଟିକୁ ୨୦୧୯ ଫେବୃଆରୀ ୪ରେ କିଣିଥିଲା। ସଜାଦ ସୋପିଆନ୍‌ର ସିରାଜ ଉଲ୍‌ ଉଲମରେ ପଢ଼ୁଥିବା ବେଳେ ଜୈଶରେ ସାମିଲ ହୋଇଥିଲା। ଏହି ତଥ୍ୟ ହାସଲ ପରେ ଫେବୃଆରୀ ୨୩ରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହାୟତାରେ ଏନ୍‌ଆଇଏ ସଜାଦ ଘର ଉପରେ ଚଢ଼ଉ କରିଥିଲା। ତେବେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।



from Odisha Reporter https://ift.tt/2TdNNvk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages