ରାଜ୍ୟପାଳଙ୍କ କ୍ଷମତାକୁ ହଡ଼ପ କରିଛନ୍ତି ୪-୫ ଜଣ ଅଫିସର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ରାଜ୍ୟପାଳଙ୍କ କ୍ଷମତାକୁ ହଡ଼ପ କରିଛନ୍ତି ୪-୫ ଜଣ ଅଫିସର: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବିଜେଡି ଏବେ ନିଜର ପୈତୃକ ସମ୍ପତ୍ତି ବୋଲି ଭାବୁଛି ଓ ଏବେ ୪-୫ ଜଣ ପ୍ରଶାସନିକ ଅଫିସର ଏହି ଦଳକୁ ନିୟନ୍ତ୍ରଣ କରୁଛନ୍ତି। ଯେଉଁଥିପାଇଁ ସେମାନେ ରାଜ୍ୟପାଳଙ୍କ ପଦର ଅମର୍ଯ୍ୟାଦା କରିବା ସହ ତାଙ୍କ କ୍ଷମତାକୁ ମଧ୍ୟ ସଙ୍କୁଚିତ କରିବାର ଆସ୍ପର୍ଦ୍ଧା କରିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ଧାରା-୨୪୪ ଓ ଅନୁଚ୍ଛେଦ-୫ରେ ରାଜ୍ୟପାଳଙ୍କୁ ମିଳିଥିବା କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିଛନ୍ତି। ଗରିବ ଲୋକଙ୍କ ଟିକସ ଅର୍ଥକୁ ଆତ୍ମସାତ କରି ନିଜର ରାଜନୀତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ‘ସ୍ୱତନ୍ତ୍ର ବିକାଶ ପରିଷଦ’ ଗଠନ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ। ଏବେ ସେହି ସ୍ୱତନ୍ତ୍ର ବିକାଶ ପରିଷଦ ନାଁରେ ଆସନ୍ତାକାଲି ଆଦିବାସୀ ଜିଲ୍ଲାଗୁଡ଼ିକରେ ‘ଓଡ଼ିଶା ଟ୍ରାଇବାଲ୍ କନ୍‌କ୍ଲେଭ୍‌’ ଆୟୋଜନ କରାଯାଉଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ଆଦିବାସୀ ସମାବେଶ କରି ସେଥିରୁ ରାଜନୀତିକ ଫାଇଦା ନେବାକୁ ବିଜେଡି ସରକାର ପ୍ରୟାସ କରୁଛି। ଏଥିପାଇଁ ସମସ୍ତ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ସରକାର ଚିଠି ଲେଖି ଏହି ସମାବେଶକୁ ଆଦିବାସୀଙ୍କୁ ନେବାଆଣିବା ପାଇଁ ଆରାମଦାୟକ ବସ୍ ଓ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଉ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବସି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସେହି କାର୍ଯ୍ୟକ୍ରମଗୁଡ଼ିକୁ ଉଦଘାଟନ କରିବେ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଏବେ ୪-୫ ଜଣ ପ୍ରଶାସନିକ ଅଫିସରଙ୍କ ମାଧ୍ୟମରେ ଉଭୟ ସରକାର ଓ ବିଜେଡିକୁ ହାତମୁଠାରେ ରଖିଛନ୍ତି। ଆଉ ସେମାନେ ରାତିରେ ଯାହା ବିଳିବିଳି ହେଉଛନ୍ତି ତାହା ଦିନରେ ଆଇନରେ ପରିଣତ ହେଉଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଆଦିବାସୀଙ୍କୁ ପ୍ରତାରଣା କରି ଚାଲିଛନ୍ତି।

ତେବେ ବିଜେପି ପ୍ରଶ୍ନ କରିବାକୁ ଚାହୁଁଛି ଯେ, ଆଦିବାସୀବହୁଳ ସିଡ୍ୟୁଲ୍ ଏରିଆରେ ପ୍ରଶାସନିକ କ୍ଷମତା ରାଜ୍ୟପାଳଙ୍କ ନିକଟରେ ଥିବାବେଳେ, ରାଜ୍ୟ ସରକାର କିଭଳି ଏହାକୁ ସଙ୍କୁଚିତ କରି ଏକତରଫା ଭାବେ ଏପରି କାର୍ଯ୍ୟ କରୁଛନ୍ତି। ଅନୁଚ୍ଛେଦ ଅଞ୍ଚଳରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିବା ଅବା ନକରିବା କ୍ଷମତା ରାଜ୍ୟପାଳଙ୍କ ହାତରେ ଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ଏହାକୁ ଅପବ୍ୟହାର କରିଛନ୍ତି। ସିଡ୍ୟୁଲ୍ ଏରିଆ ପାଇଁ ରାଜ୍ୟପାଳଙ୍କ କ୍ଷମତାକୁ କିଏ ସଙ୍କୁଚିତ କରିଛି? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଏବେ ୪-୫ ଜଣ ପ୍ରଶାସନିକ ଅଫିସରଙ୍କ ମାଧ୍ୟମରେ ଉଭୟ ସରକାର ଓ ବିଜେଡିକୁ ହାତମୁଠାରେ ରଖିଛନ୍ତି। ଆଉ ସେମାନେ ରାତିରେ ଯାହା ବିଳିବିଳି ହେଉଛନ୍ତି ତାହା ଦିନରେ ଆଇନରେ ପରିଣତ ହେଉଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଆଦିବାସୀଙ୍କୁ ପ୍ରତାରଣା କରି ଚାଲିଛନ୍ତି। ରାଜ୍ୟରେ ପ୍ରାୟ ୨୩-୨୪ ଲକ୍ଷ ଆଦିବାସୀ ପରିବାର ଥିବାବେଳେ ସେମାନଙ୍କ ବିକାଶ ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ, ରାଜନୀତିକ ଅଭିସନ୍ଧି ରଖି ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି। ଆଉ ଏଥିରେ ରାଜ୍ୟପାଳଙ୍କ କ୍ଷମତାକୁ ଖୋଲାଖୋଲି ସଙ୍କୁଚିତ କରିବା ସହ ସମ୍ବିଧାନକୁ ମଧ୍ୟ ଉଲ୍ଲଘଂନ କରାଯାଇଛି। ରାଜ୍ୟପାଳ ତୁରନ୍ତ ଆଜି ସନ୍ଧ୍ୟା ସୁଦ୍ଧା ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଆସନ୍ତାକାଲି ଗରିବ ଲୋକଙ୍କ ଟିକସ ଅର୍ଥରେ ହେବାକୁ ଥିବା ଆଦିବାସୀ ସମାବେଶକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ଦାସ ମଧ୍ୟ ଉପସ୍ଥିତ ଥିଲେ।



from Odisha Reporter https://ift.tt/2Thcved

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages