
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହାନଦୀ ଜଳବିବାଦ ମାମଲାରରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ୍ରେ ଶୁଣାଣି ହୋଇଛି। ଆସନ୍ତା ମାର୍ଚ୍ଚ ୯କୁ ତାରିଖକୁ ଚୂଡ଼ାନ୍ତ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ୍। ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋସସମାଧାନ ଲାଗି ଓଡ଼ିଶା ଓ ଛତିଶଗଡ଼କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଉଭୟ ରାଜ୍ୟ ଦାଖଲ କରିଥିବା ସତ୍ୟପାଠକୁ ତଥ୍ୟ ପ୍ରମାଣ ସହିତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପୋସ ସମାଧାନ ନହେଲେ ମାର୍ଚ୍ଚ ୯ରେ ଆସିବ ଚୂଡ଼ାନ୍ତ ରାୟ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅଣମୌସୁମୀରେ ୧. ୭୪ ନିୟୁତ କୋଟି ଘନଫୁଟ୍ ଜଳ ଦାବି ନେଇ ଆବେଦନ କରିଛି ଓଡ଼ିଶା।
ମହାନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ କରିଥିଲେ। ଯାହାଫଳରେ ମହାନଦୀ ତଳ ମୁଣ୍ଡରେ ପାଣି ଶୁଖି ଯାଇଥିଲା। ଯାହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଥିଲା। ବିବାଦର ସମାଧାନ ପାଇଁ ଦୁଇ ଦୁଇ ଥର ବୈଠକ ବସିଥିଲେ ମଧ୍ୟ ଏହା ଫେଲ୍ ମାରିଥିଲା। ଶେଷରେ ମାମଲା ଟ୍ରିବ୍ୟୁନାଲ୍ରେ ପହଞ୍ଚିଥିଲା। ଯାହାର ଆଜି ଶୁଣାଣି ହୋଇଛି।
from Odisha Reporter http://bit.ly/2tg5gER
No comments:
Post a Comment