ଯୋଗ କଲେ ପ୍ରଧାନମନ୍ତ୍ରୀ ହୋଇପାରିବେ : ରାମଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଯୋଗ କଲେ ପ୍ରଧାନମନ୍ତ୍ରୀ ହୋଇପାରିବେ : ରାମଦେବ

ରାୟପୁର: ଯୋଗଗୁରୁ ବାବା ରାମଦେବ ନିଜର ମତ-ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।ନିକଟରେ ରାମଦେବ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାମଦେବ କହିଛନ୍ତି, “ଯୋଗ କରିବା ଦ୍ୱାରା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିନଥାଏ, ଆପଣ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରିବେ।”

ରାମଦେବଙ୍କ କହିବା ଅନୁସାରେ, ଯେଉଁ ବ୍ୟକ୍ତି ଯୋଗାଭ୍ୟାସ କରିବ, ସେମାନଙ୍କ ଭାଗ୍ୟରେ ରାଜଯୋଗ ଆସିବାର ସମ୍ଭାବନା ରହିଛି। ପଣ୍ଡିତ ଜବାହର୍‌ ଲାଲ୍‌ ନେହରୁ ଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପଛରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଯୋଗ ଜରିଆରେ ହିଁ ଏମାନେ ପ୍ରଧାନମନ୍ତ୍ରୀ ଆସନ ହାସିଲ୍‌ କରିଛନ୍ତି।

ମଙ୍ଗଳବାର ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଦେବ କହିଥିଲେ, “ଜବାହାର୍‌ ଲାଲ୍‌ ନେହରୁ ଯୋଗ କରୁଥିଲେ। ଏଥିପାଇଁ ତାଙ୍କର ରାଜଯୋଗ ଠିକ୍‌ ଥିଲା ଓ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏପରିକି ଇନ୍ଦିରା ଗାନ୍ଧି ମଧ୍ୟ ଯୋଗର ଅଭ୍ୟାସ କରୁଥିଲେ ଏବଂ ତାଙ୍କର ମଧ୍ୟ ରାଜଯୋଗ ଠିକ୍‌ ରହିଥିଲା।“

ବାବା ରାମଦେବ ଆହୁରି ମଧ୍ୟ କହିଛନ୍ତି, “କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗ ପ୍ରତି ରୁଚି ଦେଖାଇଥାନ୍ତି। ରାଜନୈତିକ ଜୀବନରେ ବ୍ୟସ୍ତ ରହୁଥିବା ଲୋକଙ୍କୁ ଯୋଗର ଅଭ୍ୟାସ କରିବା ନିହାତି ଜରୁରୀ। ଏହା ଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ।” କେବଳ ଏତିକି ନୁହେଁ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଅଭ୍ୟାସ କରୁଥିବାରୁ ଏକ ସାଧାରଣ ଚାହା ବିକାଳିରୁ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି। ସେହିପରି ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି ରାମଦେବ କହିଛନ୍ତି।

ବାବା ରାମଦେବ ଯୋଗ କଥା କହି ରାହୁଲ ଗାନ୍ଧିଙ୍କର ପ୍ରଶଂସା କରିଥିଲେ। ସେ କହିଥିଲେ,“ରାହୁଲ ଗାନ୍ଧି ମଧ୍ୟ ଯୋଗ କରୁଛନ୍ତି ଏବଂ ତାଙ୍କର ରାଜନୈତିକ ସଂଘର୍ଷ ଶେଷ ହେବାକୁ ଯାଉଛି। ତେଣୁ ସମସ୍ତ ରାଜନୈତିକ ନେତାଙ୍କୁ ଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।”



from Odisha Reporter https://ift.tt/2T1OsA2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages