
ରାଉରକେଲା (ପବନ ତିୱାରୀ/ଓଡ଼ିଶା ରିପୋର୍ଟର): ଯୁଦ୍ଧ କ୍ଷେତ୍ର ହେଉ ଅବା ରୋଷେଇ ଘର, ନାରୀ ସବୁଠି ଏବେ ପୁରୁଷଙ୍କ ସମକକ୍ଷ। ଏ କ୍ଷେତ୍ରରେ ଓଡ଼ିଆ ନାରୀ ମଧ୍ୟ ପଛରେ ନାହାନ୍ତି। ପଢ଼ନ୍ତୁ ସେମିତି ଜଣେ ଓଡ଼ିଆ ଝିଅଙ୍କ ବିଷୟରେ, ଯିଏ କରି ଦେଖାଇଛନ୍ତି କିଛି ଅଲଗା କାମ।

ସେ ପେସାରେ ଜଣେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଆଡଭେଞ୍ଚର୍ ବା ଦୁଃସାହସିକ କାର୍ଯ୍ୟ କରିବା। ନିକଟରେ ଆମ ଦେଶର ୧୬ ଜଣ ମହିଳା ସଡ଼କ ପଥରେ ଭାରତରୁ ଥାଇଲାଣ୍ଡ ପର୍ଯ୍ୟନ୍ତ ଯାଇ ଏକ ଇତିହାସ ସୃଷ୍ଟି କରିଛନ୍ତିା ଏହି ୧୬ ଦୁଃସାହସୀ ନାରୀଙ୍କ ଭିତରେ ମଧ୍ୟ ଥିଲେ ଜଣେ ଓଡ଼ିଆ। ସେ ହେଉଛନ୍ତି ଅନନ୍ଦିତା ମହାପାତ୍ର।

ରାଉରକେଲାସ୍ଥିତ ଷ୍ଟିଲ ପ୍ଳାଣ୍ଟରେ ଅନିନ୍ଦିତା ଜଣେ ଇଂଜିନିୟର। କିନ୍ତୁ ଛୋଟବେଳୁ ହିଁ ତାଙ୍କର ନିଶା, କିଛି ଦୁଃସାହସିକ କାମ କରିବେ। କୌଣସି ଜାଗାରେ ସେଥିପାଇଁ ସୁଯୋଗ ମିଳିଲେ ସେ ପ୍ରଥମେ ବାହାରିପଡ଼ନ୍ତି। କିଛିଦିନ ତଳେ ତାଙ୍କୁ ଏମିତି ଏକ ସୁଯୋଗ ମିଳିଥିଲା ମଧ୍ୟ।

ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରୋଡ଼୍ ଟ୍ରିପ୍ରେ ସାମିଲ୍ ହୋଇଥିଲେ ଅନିନ୍ଦିତା। ମହାରାଷ୍ଟ୍ର ଓ ଗୁଜରାଟ ଭଳି ଦେଶର ବିଭିନ୍ନ ରାଜ୍ୟରୁ ଏଥିରେ ସାମିଲ୍ ହୋଇଥିଲେ ୧୬ ଜଣ ମହିଳା। ଏହି ଅଭିଯାନର ନାଁ ରଖାଯାଇଥିଲା ‘ୱେମେନ୍ କ୍ରସିଂ ବାଉଣ୍ଡ୍ରିଜ୍’ (Women Crossing Boundaries)।

ଏହି ଟ୍ରିପ୍ ଭାରତର ଇମ୍ଫାଲଠାରୁ ଆରମ୍ଭ ହୋଇ ଥାଇଲାଣ୍ଡଠାରେ ଶେଷ ହୋଇଥିଲା। ଅନିନ୍ଦିତାଙ୍କ ସମେତ ଏଥିରେ ସାମିଲ୍ ହୋଇଥିବା ମହିଳାମାନେ ସଡ଼କ ପଥରେ ପ୍ରାୟ ୨୮୦୦ କିଲୋମିଟର ନିଜେ ଗାଡ଼ି ଚଳାଇ ଯାଇଥିଲୋ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ନାରୀ ଯେ ସଶକ୍ତ ସେ ବାର୍ତ୍ତା ସମସ୍ତଙ୍କୁ ଦେବା।
ଗତ ଜାନୁୟାରୀ ୨୧ ତାରିଖରେ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ସେଠାକାର ବିଧାୟକ ତଥା ମଣିପୁର ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ସପନ ରାଜନ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ମୁମ୍ବାଇର ଏମ୍ବାରାକ୍ ସଂଗଠନ ଓ ପଶ୍ଚିମ ଭାରତର ଅଟୋମୋବାଇଲ ସଂଘର ମିଳିତ ସହଯୋଗରେ ଏ ଯାତ୍ରା ହୋଇଥିଲା। ମଙ୍ଗଳବାର ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭୂତି ସଂପର୍କରେ କହିଥିଲେ ଅନିନ୍ଦିତା ମହାପାତ୍ର।
from Odisha Reporter https://ift.tt/2Ir1jaC
No comments:
Post a Comment